ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ।

Jul 11, 2025 - 18:54
 0  115
ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ।

ଝରିଗାଁ,୧୧l୭ (ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଉଭୟ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସଭାରେ ବିଦ୍ୟାଳୟର ଦୁଇ ସହ ଶିକ୍ଷକ ବେଣୁଧର ଭତରା ଓ ଶିବ ପ୍ରସାଦ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଦୁଇଜଣ ସହ ଶିକ୍ଷକ ଜଗନ୍ନାଥ ବେହେରା, ବାବୁଲି ଭତରା ଓ ଜଣେ ସହ ଶିକ୍ଷୟିତ୍ରୀ ସୋନାଲିକା ସାମଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |ବିଦ୍ୟାଳୟର ପ୍ରଦାନ ଶିକ୍ଷକ ସରୋଜ କୁମାର ନେତମଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ରାମସା କ୍ଲଷ୍ଟର ସିଆରସିସି ସଂଗ୍ରାମ କେଶରୀ ବଡ଼ଜେନା ମଞ୍ଚ ପରିଚାଳନା କରି ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ |ଛାତ୍ରଛାତ୍ରୀ ମାନେ କରୁଣ କଣ୍ଠରେ ବିଦାୟ ସଂଗୀତ ଗାଇ ଶିକ୍ଷକ ମାନଙ୍କୁ ବିଦାୟ ଜଣେଇ ଥିଲେ |ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ନିଜ ନିଜ ଅବିଭାଷଣରେ ବିଦାୟ ନେଉଥିବା ଶିକ୍ଷକ ମାନଙ୍କ ଗୁଣଗାଥା ବଖାଣିବା ସହିତ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ |ବେଣୁଧର ଭତରା 2013 ମସିହା ଜାନୁଆରୀ 28ତାରିଖରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ବିଦ୍ୟାଳୟକୁ ନିଜ ଜୀବନର 12 ବର୍ଷ 6ମାସ ଦେଇଥିଲେ |ଏହି ଚାକିରୀ ଜୀବନ ମଧ୍ୟରେ ସେ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଯେତେସବୁ ଚେଷ୍ଟା କରିଛନ୍ତି, ତାହା ଅବର୍ଣ୍ଣନୀୟ |ଠିକ ସେପରି ଶିବ ପ୍ରସାଦ ସାହୁ ମଧ୍ୟ 2021 ମସିହା ଡିସେମ୍ବର ମାସରେ ଯୋଗ ଦେଇ ତାଙ୍କ ଚାକିରୀ ଜୀବନର ଶୁଭାରମ୍ଭ କରିଥିଲେ ଓ 2021 ମସିହାରୁ ଆରମ୍ଭ କରି 2025ମସିହା ପର୍ଯ୍ୟନ୍ତ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବହୁତ ଚେଷ୍ଟା କରିଥିଲେ |ବିଦ୍ୟାଳୟର ଉନ୍ନତି ପଛରେ ଏହି ଦୁଇଜଣ ସହ ଶିକ୍ଷକଙ୍କ ଅତୁଳନୀୟ ଅବଦାନ ରହିଥିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ଅବିଭାଷଣରେ କରୁଣ କଣ୍ଠରେ ବଖାଣିବା ସହ ତାଙ୍କର ଆଗାମୀ ଭବିଷ୍ୟତର ଉଜ୍ଜଳ କାମନା କରିଥିଲେ |ଶେଷରେ ବିଦ୍ୟାଳୟ ରେ ନୂତନ ଭାବେ ନିଯୁକ୍ତି ପାଇଥିବା ସହ ଶିକ୍ଷକ ଓ ସହ ଶିକ୍ଷୟିତ୍ରୀ ସୋନାଲିକା ସାମଲ, ଜଗନ୍ନାଥ ବେହେରା ଓ ବାବୁଲି ଭତରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ସଭା ସାଙ୍ଗ କରାଯାଇଥିଲା |ଅନ୍ୟ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋପୀନାଥ ଭତରା, ମୁକେଶ କୁମାର ନାୟକ, ଭାବଗ୍ରାହୀ ଲେଙ୍କା, ସବିତା ନାଟୁଆ, ଦୀପକ କୁମାର ସିଂହ, ସୁଜାତା ପେଣ୍ଠଇ, ଦୁର୍ମିଲା ରଣା ଓ ଉତ୍ତମ କୁମାର ପ୍ରଧାନ ମଞ୍ଚାସିନ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow