ରେଳ ଲାଇନରେ ଦୁର୍ଘଟଣା, ମୃତ ଯୁବକ ଉଦ୍ଧାର

Jan 05, 2026 - 17:22
0 23
ରେଳ ଲାଇନରେ ଦୁର୍ଘଟଣା, ମୃତ ଯୁବକ ଉଦ୍ଧାର

କେସିଙ୍ଗା,୫ା୧(ଷ୍ଟାର ନିୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ଓ୍ବାର୍ଡ ନଂ ୬ ଏମ୍‌ଇ ସ୍କୁଲପଡ଼ାର ନେପାଳ ମାଝୀ(୨୦) ନାମକ ଜଣେ ଯୁବକ ଟ୍ରେନ୍‌ରେ କଟି ସୋମବାର ସକାଳେ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରୁ ୧ କିମି ଦୂରରେ ଟ୍ରେନ୍‌ରେ କଟି ୨ ଗଡ଼ ହୋଇଯାଇଛି ନୋପାଳଙ୍କ ମୃତଦେହ। ବର୍ତ୍ତମାନ ସୁଦ୍ଧା ଟିଟିଲାଗଡ଼ ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କାହିଁକି ଯୁବକ ଜଣକଙ୍କର ମୃତ୍ୟୁ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ରେଲଓ୍ବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପରିବାର ଲୋକେ ମଧ୍ୟ  ପହଞ୍ଚିଛନ୍ତି।
ଏ ସଂକ୍ରାନ୍ତରେ ଏଏସ୍‌ଆଇ କେ.ବି.ଶ୍ରୀନିବାସ ରାଓଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User