ଲଭ୍ ଡେଲ୍ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ଆୟୋଜିତ
କଳାହାଣ୍ଡି, ୧୫/୦୩ (ଷ୍ଟାର ନ୍ୟୁଜ୍ ଓଡିଶା):

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଥମ ପ୍ଲେ ସ୍କୁଲ ଲଭ୍ ଡେଲ୍ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ରବିବାର ଦିନ ଭବାନୀପାଟଣା ଟାଉନ୍ ହଲ୍ ଠାରେ ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ମିନାକ୍ଷୀ ଫାଉଣ୍ଡେସନର ଅଧ୍ୟକ୍ଷ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଡ଼. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ମହାନ୍ତି ଓ ମିନାକ୍ଷୀ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶିକା ଅନ୍ୱେଷା ପି. ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲର ପ୍ରିନ୍ସିପାଲ ଏଲିନା ପତି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକଳାପ ଓ ସଫଳତା ସମ୍ପର୍କରେ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସୌମ୍ୟା ସୁଚରିତା ରାୟଗୁରୁ, ଯିଏ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ସ୍ନାତକ ଓ ସୋସିଓଲୋଜି ସ୍ନାତକୋତ୍ତରରେ ଟପର ହୋଇଥିଲେ, ତାଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ବେଡମିଣ୍ଟନରେ ରାଜ୍ୟସ୍ତରୀୟ ପୁରସ୍କାର ଅର୍ଜନ କରିଥିବା ପୁରାତନ ଛାତ୍ର ଆର୍ଯ୍ୟାନ୍ ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଏହା ସହିତ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତେ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ପ୍ରଜ୍ଞା ପରମିତା ରାୟଗୁରୁଙ୍କୁ ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କୁ ମୋହିତ କରିଥିଲା।
କାର୍ଯ୍ୟକ୍ରମର ସଂଯୋଜନା ପ୍ରଜ୍ଞା ପରମିତା ରାୟଗୁରୁ କରିଥିବା ବେଳେ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖ୍ୟ ଯେ, ୧୯୯୯ ମସିହାରେ ସ୍ଵର୍ଗତା ମିନାକ୍ଷୀ ମହାପାତ୍ରଙ୍କ ଦ୍ୱାରା ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଓ ମିନାକ୍ଷୀ ଫାଉଣ୍ଡେସନ ଦ୍ୱାରା ଏହା ପରିଚାଳିତ ହେଉଛି। ସ୍ଵର୍ଗତା ମିନାକ୍ଷୀ ମହାପାତ୍ର ଓ ସ୍ଵର୍ଗତ ରାଜ କିଶୋର ଶର୍ମାଙ୍କ ପୁତ୍ର ଆଦର୍ଶ ଶର୍ମା ବର୍ତ୍ତମାନ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିଭାଉଛନ୍ତି।
ଏହି ବାର୍ଷିକ ଉତ୍ସବକୁ ସଫଳ କରିବାରେ ସ୍କୁଲର ଶିକ୍ଷୟତ୍ରୀ ସସ୍ମିତା ନାୟକ, ଦୀପାଞ୍ଜଳି ସାହୁ, ଶ୍ରୀୟାଶ୍ରୀ ପଟ୍ଟନାୟକ, ମାମୁନି ପଣ୍ଡା ସହ ସମସ୍ତ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।
(କଳାହାଣ୍ଡି ଜିଲ୍ଲା ପ୍ରତିନିଧି – ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଷ୍ଟାର ନ୍ୟୁଜ୍ ଓଡିଶା)
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)