ଲେତେର ଗ୍ରାମ ପଞ୍ଚାୟତ ରେ ଜନଶୁଣାଣି

ଗୋଲାମୁଣ୍ଡା ତା. ୨୩/୦୬(ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଲେତେର ଗ୍ରା.ପ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ସଭାପତିତ୍ୱରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି, ମୋଟ ୧୬୮ ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ରେ ସାମିଲ କରି ତୁରନ୍ତ ୩୩ ଟି ଅଭିଯୋଗ ର ସମାଧାନ କରାଯାଇଥିଲା,ଶିବିର ରେ ବିଡ଼ିଓ ଶ୍ରୀ ବିଶ୍ୱନାଥ ରାଉତ, AEE ଶ୍ରୀ ଚିତ୍ତ ରଞ୍ଜନ ଜେନା,ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଭୋଇ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
What's Your Reaction?






