ଶ୍ୱଶୁର ଘରେ ଜ୍ୱାଇଁ ର ଉନ୍ମୁକ୍ତ କାଣ୍ଡ,ବାଇକ ପୋଡିଲା, ଥାନା ରେ ଅଭିଯୋଗ

Oct 6, 2025 - 11:28
 0  21
ଶ୍ୱଶୁର ଘରେ ଜ୍ୱାଇଁ ର ଉନ୍ମୁକ୍ତ କାଣ୍ଡ,ବାଇକ ପୋଡିଲା, ଥାନା ରେ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ତା. ୬/୧୦( ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ ଆମପାଣି ଥାନା କାଉଡୋଳା ଗ୍ରାମ ରେ ବିଳମ୍ବିତ ରାତିରେ ଜ୍ୱାଇଁ ଙ୍କ  ଉନ୍ମୁକ୍ତ କାଣ୍ଡ, ଶ୍ୱଶୁର ଘର ବାଇକ କୁ ପୋଡି ଦେଇ ଥିବା ଅଭିଯୋଗ ସାମ୍ନା କୁ ଆସିଛି |ଏନେଇ ଝିଅ ସହ ଝିଅ ଙ୍କ ପରିବାର ଆମପାଣି ଥାନା ର ଦ୍ବାରସ୍ତ ହୋଇ ଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ କାଉଡୋଳା ଗ୍ରାମ ର ନାରାୟଣ ଧଙ୍ଗଡ଼ା ମାଝୀ ଙ୍କ ଝିଅ ଲିପି ଙ୍କୁ ଝାର କୁଣ୍ଡା ମାଳ ଗ୍ରାମର ରତ୍ନା କର ସରାପ ପ୍ରେମ ବିବାହ କରି ନେଇ ଥିଲା |ଅମାନୁଷିକ ନିର୍ଯାତନା ଦେବାରୁ ଝିଅ ବାପା ଘର କୁ ଚାଲି ଆସିଥିଲା |ଏହାକୁ ନେଇ ଶନିବାର ବିଳମ୍ବିତ ରାତିରେ ଆସି ଘରେ ନିଆଁ ଲଗାଇ ଥିବା ବେଳେ ଘର ନ ପଡିବାରୁ ରାଗରେ ଘର ସାମ୍ନା ରେ ଥିବା ଏକ ବାଇକ ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ବାଇକ ଟି ସମ୍ପୂର୍ଣ୍ଣ ଜଳି ଯାଇଛି |ଏହି ଘଟଣା ଘଟିବା ପରେ ଝିଅ ଙ୍କ ପରିବାର ଓ ପଡା ବାସୀ ଭୟରେ ରହୁଥିବା ଅଭିଯୋଗ କରିଛନ୍ତି |ଏନେଇ ରବିବାର ସକାଳେ ଝିଅ ଙ୍କ ପରିବାର ନ୍ୟାୟ ପ୍ରଦାନ ପାଇଁ ଆମପାଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR