ଷ୍ଟାର୍ଟ ଅପ୍ ଇନ୍ନୋଭେସନ ପ୍ରତିଯୋଗିତା ରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଙ୍କ କୃତିତ୍ୱ

Oct 26, 2025 - 19:17
0 194
ଷ୍ଟାର୍ଟ ଅପ୍ ଇନ୍ନୋଭେସନ ପ୍ରତିଯୋଗିତା ରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଙ୍କ କୃତିତ୍ୱ

ଫୁଲବାଣୀ,୨୬l୧୦(ଷ୍ଟାର ନିୟୁଜ):ଓଡ଼ିଶା ସରକାର ଅଧିନସ୍ତ ଉଚ୍ଚ ଶିକ୍ଷା ବିଭାଗ ଆନୁକୁଲ୍ୟରେ ରାଜ୍ୟ ବ୍ୟାପୀ ଷ୍ଟାର୍ଟ ଅପ୍ ଇନ୍ନୋଭେସନ୍ ପ୍ରତିଯୋଗିତା ୨୦୨୫ ସମସ୍ତ ମହାବିଦ୍ୟାଳୟ ସ୍ତର ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ତିନି ଜଣ ଛାତ୍ର ଶ୍ରୀଚନ୍ଦନ କୁମାର ପୃଷ୍ଟି, ଶ୍ରୀ ଦ୍ବାରିକାନାଥ ପାତ୍ର, ଶ୍ରୀ ଅନାଦି ଚରଣ କହଁର ମହାବିଦ୍ୟାଳୟ ସ୍ତରରେ କୃତିତ୍ୱ ଲାଭ କରି ବିଶ୍ଵବିଦ୍ୟାଳୟ ସ୍ତର ନିମନ୍ତେ ମନୋନୀତ ହୋଇଥିଲେ। କୃତି ଛାତ୍ର ମାନେ ତା ୧୫.୦୯.୨୦୨୫ ରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚଳିତ ମାସରେ ପ୍ରକାଶିତ ଫଳାଫଳ ଅନୁଯାୟୀ ବିଶ୍ଵବିଦ୍ୟାଳୟ ସ୍ତରରେ ଶ୍ରୀ ଦ୍ୱାରିକାନାଥ ପାତ୍ର କୃତିତ୍ୱ ଅର୍ଜନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୁବାସ ଚନ୍ଦ୍ର ପ୍ରଧାନ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କୁ ଏହି ସଫଳତାକୁ ଆଗେଇ ନେବାକୁ ପ୍ରେରଣା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀ ରାଜେଶ କୁମାର ଧଳ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ପ୍ରତିଯୋଗୀ ମାନଙ୍କ ମାର୍ଗଦର୍ଶନ କରାଇଥିଲେ। ଏହି ସମ୍ବର୍ଦ୍ଧନା ଉସ୍ତବରେ ସହକାରୀ ପ୍ରଫେସର ଶ୍ରୀ ଧଳ ଏବଂ ଓଡ଼ିଆ ବିଭାଗର ଶ୍ରୀ ସଦାନନ୍ଦ ଦତ୍ତ ଉପସ୍ଥିତ ରହି ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User