କେଲିଆରେ କାର୍ତ୍ତିକ ପୁର୍ଣିମା ଓ ଶେଷ ସମବାର ପାଇଁ ପ୍ରସ୍ତୁତି ବୈଠକ ।
ଡାବୁଗାଁ,୨୫l୧୦(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଚାଚରାଗୁଡା ପଂଚାୟତରେ ଥିବା ଐତିହାସିକ ଶୈବପୀଠ କେଲିଆରେ କାର୍ତ୍ତିକ ପୁର୍ଣିମା ଓ ଶେଷ ସୋମବାର ଉପଲକ୍ଷେ ମନ୍ଦିର କମିଟିର ସ୍ଥାୟୀ ସଭାପତି ଡାବୁଗାଁ ତହସିଲଦାର ଗୀତା ମୁର୍ମୁଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କମିଟିର ସମ୍ପାଦକ ଦେବରାଜ ପାତ୍ର ଗତବର୍ଷର ବିବରଣୀ ଉପସ୍ଥାପନା କରି ସଭା ପରିଚାଳନା କରିଥିଲେ।ପାରମ୍ପରିକ ଭାବେ ଉତ୍ସବ ପାଳନ ପାଇଁ ଆଲୋଚନା କରିବା ବେଳେ ମନ୍ଦିର ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନେବା ପାଇଁ ଆଲୋଚନା କରାଗଲା। ଏହି ବୈଠକରେ କମଟି କୋଷାଧକ୍ଷ ଜି ସାଇ ରାଜୁ, ଅତିରିକ୍ତ ତହସିଲଦାର ବିଜୟ କୁମାର ମହାନ୍ତି, ଥାନା ଏଏସଏଇ ଜିକେ ହାଲବା, ଏଏସଏଇ ବିଜୟ କୁମାର ସାହୁ, ସୁରେନ୍ଦ୍ର ମିଶ୍ର, ଗୁପ୍ତ ବିଷୟୀ, ଧର୍ମାନନ୍ଦ ନାୟକ, ଭଗବାନ ମହାନ୍ତି, ବଂଶୀଧର ମାଝୀ, ସୂର୍ଯ୍ୟ ସୁବୁଦ୍ଧି, ମେଦନା ଫୋରଷ୍ଟେର ସୁଶାନ୍ତ ସିଂ, ଭାଗିରଥି ମାଝୀ, ଜୟ ମାଝୀ, ମନ୍ଦିର ପୂଜକ ମଣ୍ଡଳୀ, ସ୍ୱେଚ୍ଛାସେବୀ କମିଟି ସଭ୍ୟ ମାନେ, ସରକାର କର୍ମଚାରୀ ମାନେ ଏବଂ ସ୍ଥାନୀୟ ଅଂଚଳର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?