ସଞ୍ଜିତ ମଣ୍ଡଳ ହେଲେ ବିଜେପି ରାଷ୍ଟ୍ରୀୟ ସଦସ୍ୟ।
ଫୁଲବାଣୀ,୯|୭(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ବରିଷ୍ଟ ବିଜେପି ନେତା ସଂଜିତ ମଣ୍ଡଳଙ୍କୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଅଶେଷ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ତାଙ୍କର ଦଳ ପ୍ରତି ଆଗ୍ରହ, ବିଶ୍ବାସ, ନିଷ୍ଠା ଏବଂ ପ୍ରତିବଦ୍ଧତାର ପ୍ରତିଫଳନ। ମୁଁ ନିଶ୍ଚିତ ଯେ ଆପଣଙ୍କ ମାର୍ଗଦର୍ଶନ ଦଳକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ଏବଂ ଆପଣଙ୍କ ନୂତନ ଭୂମିକା ନିଶ୍ଚିତ ଭାବରେ ସମଗ୍ର ଦଳରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ମାଁ ଭାରତୀଙ୍କ ନିକଟରେ ଏତିକି କାମନା କରିଛିନ୍ତ । ଏଥିସହିତ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ପକ୍ଷରୁ ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝୀ,ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ଲିଙ୍ଗରାଜ ଦଳବେହେରା, ରମେଶ ଚନ୍ଦ୍ର ମହାନ୍ତି, ଚନ୍ଦ୍ର ପଣ୍ଡା, ପରେଶ ମହାପାତ୍ର,ରାମବିଶି ଦିଗାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)