ସରକାର ପକ୍ଷରୁ ଆସିଥିବା କଙ୍କ୍ରିଟ୍ ରାସ୍ତାକୁ ଉପଯୁକ୍ତ ସ୍ଥାନରେ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ଦାବି ।

Jun 18, 2025 - 20:41
 0  17
ସରକାର ପକ୍ଷରୁ ଆସିଥିବା କଙ୍କ୍ରିଟ୍ ରାସ୍ତାକୁ ଉପଯୁକ୍ତ ସ୍ଥାନରେ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ଦାବି ।

ଖଜୁରୀପଡା, ୧୮l୬(ଷ୍ଟାର ନିୟୁଜ)  : ସରକାରଙ୍କ ପକ୍ଷରୁ ଲୋକ ମାନଙ୍କର ଗମନାଗମନ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ ପାଇଁ ଦିଆଯାଉ ଥିବା ବେଳେ ସଠିକ ସ୍ଥାନରେ ନିର୍ମାଣ କରାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତ କରୁଣା ଗାଁର ଗ୍ରାମ ବାସୀ । ସରକାର ତରଫରୁ ଏକ କଙ୍କ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରାଯାଇଛି କିନ୍ତୁ ସେହି ରାସ୍ତାଟି ଲୋକ ମାନେ ଯିବା ଆସିବା ଅସୁବିଧା ସମ୍ମୁଖୀନ ହେଉ ଥିବା ସ୍ଥାନରେ ନିର୍ମାଣ କରା ନ ଯାଇ ଅନ୍ୟ ସ୍ଥାନରେ ନିର୍ମାଣ କରାଯାଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow