ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ବିଜୟ ।

Sep 8, 2025 - 13:19
 0  28
ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ବିଜୟ ।

ରାଇଘର,୮।୯ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ପଂଚାୟତ ଅନ୍ତର୍ଗତ ନୁଆଁପାରା଼ ଗ୍ରାମର ଫୁଲସିଂ ଗଣ୍ଡ ଓ ଉପଇଁ ଗଣ୍ଡଙ୍କ ଚଉଦ ବର୍ଷୀୟ ପୁଅ ବିଜୟ ଗଣ୍ଡ ବାରବର୍ଷ ହେବ ଠିକରେ ଚଲାବୁଲା କରିପାରୁନି |ଜନ୍ମ ହେବାର ଦୁଇବର୍ଷ ପରେ ସେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେବେଠୁ ଦୁର୍ବିସହ ଜୀବନ ଜିଉଁଛି |ଗରିବ ବାପାମା ଯେତେ ପର୍ଯ୍ୟନ୍ତ ନିଜକୁ ସକ୍ଷମ ମନେକଲେ ସେତେଯାଏ ଟଙ୍କା ଖର୍ଚ୍ଚ କରି ପୁଅର ଚିକିତ୍ସା କରେଇଥିଲେ |ତଥାପି ପୁଅର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା |ସେମାନଙ୍କ ସବୁ ଉଦ୍ୟମ ବିଫଳ ହେବା ପରେ ଏବେ ଭାଗ୍ୟକୁ ଆଦରି ରହିଛନ୍ତି |ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ଶୈଶବର ଆନନ୍ଦ ନିଅନ୍ତି ସେଇ ବୟସରେ ବିଜୟ ଘରେ ପଡିରହୁଛି |ବାପାମା ପୁଅର ଏଭଳି ଅବସ୍ଥା ଦେଖି ବେସ ଚିନ୍ତିତ ମଧ୍ୟ ଅଛନ୍ତି |ପିଲା ପାଇଁ ବସିବା, ଚାଲିବା କିମ୍ବା ସ୍କୁଲ ଯିବା ଭଳି କୌଣସି କାର୍ଯ୍ୟ ସମ୍ଭବପର ହୋଇପାରୁନି |ପ୍ରଶାସନ ଯଦି ଏହି ବିକଳାଙ୍ଗ ପୁଅର ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ସାହାଯ୍ୟର ହାତ ବଢାନ୍ତା ତେବେ ହୁଏତ ବିଜୟ ଅନ୍ୟ ପିଲାମାନଙ୍କ ଭଳି ଜୀବନକୁ ଉପଭୋଗ କରିପାରନ୍ତା ବୋଲି ବିଜୟଙ୍କ ଅବିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow