ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ପାଠ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ।

Jul 26, 2025 - 08:29
0 130
ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ପାଠ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ।

ଝରିଗାଁ,୨୬l୭ (ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ସ୍ଥିତ ସ୍ନାତକ ମହାବିଦ୍ୟାଳୟ ଠାରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ପାଠ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଆଲୋଚନା ଚକ୍ରରେ "ଶିକ୍ଷା ପ୍ରତିଷ୍ଠାନ:ଭୂମିକା ଓ ପରିସର" ଶୀର୍ଷକରେ ଆଲୋଚନା ହୋଇଥିଲା।ଆଲୋଚନା ଚକ୍ରରେ ମୋଟ ୫ଟି ସନ୍ଧର୍ଭ ବିଷୟରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଆନ୍ଦ୍ରିୟ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଭାଗୀୟ ମୁଖ୍ୟ ଡିଲେଶ୍ୱରୀ ଧୋବି,ଅଧ୍ୟାପିକା ଲଳିତା ମୁନା,ଉଲ୍ଲାସା ହରିଜନ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ପ୍ରତିଷ୍ଠାନ ପରିସର ଏବଂ ଶିକ୍ଷକ ମାନଙ୍କ ଭୂମିକା,ଶିକ୍ଷା ପ୍ରତିଷ୍ଠାନର ଉଦ୍ଦେଶ୍ୟ ଓ କାର୍ଯ୍ୟବଳୀ,ଶିକ୍ଷା ପ୍ରତିଷ୍ଠାନ ଓ ଏହାର ଗୁରୁତ୍ୱ ଉପରେ ମତ ଦେଇଥିଲେ।ଆଲୋଚନା ଚକ୍ରରେ ଶିକ୍ଷା ଅନୁଷ୍ଠାନ ସନ୍ଧର୍ଭରେ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଧାନୀ,କବିତା ଗୌଡ଼,ଶୁଭଶ୍ରୀ ପଟ୍ଟନାୟକ, ମଧୁସୂଦନ ମାଝୀ ଓ ନରେନ୍ଦ୍ର ମାଝୀଙ୍କ ପକ୍ଷରୁ ପ୍ରସ୍ତୁତ ବିଷୟ ଗୁଡିକ ଉପସ୍ଥାପନା କରିଥିଲେ। ସ୍ନାତକ ଦ୍ୱତୀୟ ବର୍ଷର ଛାତ୍ରୀ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ କବିତା ଗୌଡ଼ ଧନ୍ୟବାଦ ଦେଇଥିଲେ।ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସହ ଅଧ୍ୟାପକ ଅଧ୍ୟାପକ ଆଶିଷ ରଞ୍ଜନ ନାୟକ, ପ୍ରଦେଶୀ ବିଶୋଇ,ଵିଷ୍ଣୁ ପ୍ରସାଦ ସାହୁ,ପ୍ରଭାସ ଦାସ ପ୍ରମୁଖ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 7
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User