ମୌସୁମୀ ବର୍ଷା ପରେ ଚାଷୀଙ୍କୁ ଶ୍ରମିକ ଅଭାବ ଚିନ୍ତା ।

Jul 26, 2025 - 08:37
0 38
ମୌସୁମୀ ବର୍ଷା ପରେ ଚାଷୀଙ୍କୁ ଶ୍ରମିକ ଅଭାବ ଚିନ୍ତା ।

ଝରିଗାଁ,୨୬l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା।ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ।ବର୍ତ୍ତମାନ ଝରିଗାଁ ବ୍ଲକରେ ବର୍ଷା ହେବା ପରେ ମଧ୍ୟ ଚାଷୀ ମାନଙ୍କ ଚିନ୍ତା ଦୂର ହୋଇ ନାହିଁ।ବର୍ତ୍ତମାନ ଶ୍ରମିକ ଅଭାବ ଯୋଗୁଁ ଚାଷୀ ଚିନ୍ତାରେ ପଡିଛନ୍ତି।ଝରିଗାଁ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ହେତୁ ଫାଟି ଆଁ ହୋଇ ଯାଇଥିଲା।ସେହିପରି ଧାନ ଚାଷ ପାଇଁ ପକାଇଥିବା ଧାନ ତଳି ଗୁଡିକ ପାକଳ ହୋଇ ଯିବା ସହ ଚାଷୀ ରୁଆ ଓ ବେଉଷଣ କାମ କରି ପାରୁନଥିଲେ।ବର୍ତ୍ତମାନ ଝରିଗାଁ ବ୍ଲକରେ ବର୍ଷା ହେବା ପରେ ଚାଷ କାମ କିଛି ମାତ୍ରାରେ ଆଗେଇ ଚାଲିଛି।ବର୍ଷା ଅଭାବ ଯୋଗୁଁ ପ୍ରାୟ ଧାନ ଜମି ପଡିଆ ପଡିଥିବା ବେଳେ ବର୍ଷା ପରେ ସମସ୍ତ ଚାଷୀ ଖୁସି ହୋଇ ଚାଷ କାମ ଆରମ୍ଭ କରିଥିବା ବେଳେ ଝରିଗାଁ ବ୍ଲକରେ ଆବଶ୍ୟକ ଅନୁଯାୟୀ ଶ୍ରମିକ ମିଳୁନାହିଁ।ଫଳରେ ଚାଷୀ ବିନା ଶ୍ରମିକରେ ଚାଷ କରିବା ସମ୍ଭବ ହେଉନାହିଁ।କିଛି ଚାଷୀ ଶ୍ରମିକ ମାନଙ୍କୁ ଆଗୁଆ ଟଙ୍କା ଦେଇଥିବା ବେଳେ ସେମାନେ ଚାଷ କାମ କରିପାରୁଛନ୍ତି।ସେହିଭଳି ଶ୍ରମିକ ଅଭାବ ଯୋଗୁଁ ଶ୍ରମିକ ମାନେ ପାରିଶ୍ରମିକ ଟଙ୍କା ମଧ୍ୟ ବୃଦ୍ଧି କରି ଦେଉଥିବା ଅଭିଯୋଗ ହୋଇଛି।ତଥାପି ସ୍ଥାନୀୟ ଚାଷୀ ଅଳ୍ପ ଶ୍ରମିକ ମାନଙ୍କୁ ନେଇ ଚାଷ କାମ ଆଗେଇ ନେଉଛନ୍ତି।ବିଶେଷ କରି ଝରିଗାଁ ବ୍ଲକରେ ମହିଳା ଶ୍ରମିକ ଅଭାବ ଦେଖାଦେଇଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି।ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେବ ବୋଲି ସୂଚନା ମିଳିଛି।ସେହିପରି ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେଫ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆ ଙ୍କ ରିପୋର୍ଟ। 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User