ସାଇବର ସୁରକ୍ଷା ସଚେତନତା ବୈଠକ।
ଝରିଗାଁ,୯l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ପକ୍ଷରୁ ଝରିଗାଁ ସ୍ଥିତ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଝରିଗାଁ ଥାନା ଅଧିକାରୀ ପ୍ରଦୀପ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ SDPO ଶୁଭେନ୍ଦୁ କୁମାର ଶବର ସମ୍ମାନିତ ଅତିଥି ଭାବେ ଉମରକୋଟ ଥାନା ସାଇବର ଏକ୍ସପାର୍ଟ ପ୍ରଭାସ ମାଲକାର, ମାଧ୍ୟମିକ ବିଦ୍ୟାଳୟର ଗ୍ରନ୍ଥ ପାଳକ ମନୋଜ ମହାପାତ୍ର,କ୍ରୀଡା ଶିକ୍ଷକ କୌଲାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାଇବର ଠକେଇ କଣ, କିଭଳି ହୁଏ ଏବଂ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।ବିଶେଷ କରି SDPO ଶ୍ରୀ ଶବର କୌଣସି ଅଜଣା ବ୍ୟକ୍ତିଙ୍କୁ କିମ୍ବା ଅଜଣା ଫୋନ କଲରେ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଓଟିପି ନମ୍ବର, କ୍ରେଡିଟ କାର୍ଡ, ଡେବିଟ କାର୍ଡ,ୟୁପିଆଇ ଆଇଡି ଏବଂ ପାସୱାର୍ଡ ନ ଦେବାକୁ ପରାମର୍ଶ ଦେଇଥିଲେ।ଯଦି କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହାର ସମାଧାନ ନିମନ୍ତେ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ୧୯୩୦ନମ୍ବର କୁ ସମ୍ପର୍କ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ।ସେହିପରି ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଶେଷରେ ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଝରିଗାଁ ଥାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)