ଗୋଛାପଡ଼ା ଥାନା ଅଞ୍ଚଳ ରେ ୮୭ ଏକର ଗଞ୍ଜେଇ ଚାଷ ନଷ୍ଟକଲା ଗୋଛାପଡ଼ା ପୋଲିସ l
ଫିରିଙ୍ଗିଆ,୯l୧୧(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ଓ ବନବିଭାଗ ପକ୍ଷରୁ ଏକ ମିଳିତ ଅଭିଯାନରେ ପ୍ରାୟ ୮୭ ଏକର ଜାଗାରେ ବେଆଇନ ଭାବରେ ଚାଷ କରାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଫସଲକୁ କାଟି ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି।ଏହି ଚଢ଼ାଉ କାର୍ଯ୍ୟକ୍ରମ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ଗଲ୍ଟ, ଅଡାବାଲି, ଡୁମ୍ୱେରକେତା ଇତ୍ୟାଦି ଅଞ୍ଚଳରେ କରାଯାଇଥିଲା |ଏହି ବିଶାଳ ଗଞ୍ଜେଇ ନଷ୍ଟ ଅଭିଯାନ ମାଜିଷ୍ଟ୍ରେଟ ତଥା ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥିବି ରାଜ ମହାନନ୍ଦିଆ ଉପସ୍ଥିତିରେ କରାଯାଇଥିଲା। ଗୋଚ୍ଛାପଡ଼ା ଥାନା ଅଧିକାରି ଚିରଞ୍ଜିବୀ ବେହେରା ଙ୍କ ନେତୃତ୍ୱରେ ପୋଲିସ୍, ଫୁଲବାଣୀ ଅବକାରୀ ବିଭାଗର ଇନଚାର୍ଜ ପ୍ରକାଶ ମଲିକ ଏବଂ ବନ ବିଭାଗର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଥାନା ଅଧିକାରି ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ ନିଶା କାରବାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏପରି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ଧରି ଏହି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ନଜରକୁ ଆସିଛି ଏବଂ ପୋଲିସ ଓ ଅବକାରୀ ବିଭାଗ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ବଡ଼ ଧରଣର ଗଞ୍ଜେଇ ଚାଷ ନଷ୍ଟ କରିବା ଦ୍ୱାରା ନିଶା ମାଫିଆଙ୍କୁ ଏକ ଶକ୍ତ ଧକ୍କା ଲାଗିଛି।
What's Your Reaction?