ଏମ ସି ଏସ କ୍ଲବ ର ୨୪ ତମ ଫୂଟବଲ ଟୁର୍ନାମେଣ୍ଟ ଉଦଘାଟିତ l

Nov 09, 2025 - 18:17
Updated: 10 months ago
0 133
ଏମ ସି ଏସ କ୍ଲବ ର ୨୪ ତମ ଫୂଟବଲ ଟୁର୍ନାମେଣ୍ଟ ଉଦଘାଟିତ l

ଫିରିଙ୍ଗିଆ,୯l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ର ଏମ ସି ଏସ କ୍ଲବ ତଣ୍ଡ୍ରି ଗାଁ ର ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି l ଉଦଘାଟନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଓ ବର୍ତମାନ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଉପସ୍ଥିତ ରହି ଏହି ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ କୁ ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, ପୂର୍ବତନ ରାଜ୍ୟ ସ୍ଥରୀୟ ଫୁଟବଲ ତାରକା ଦାନସିଂ କହଁର,ପୂର୍ବତନ ବରିଷ୍ଠ ଖେଳାଳି ଅର୍ଜୁନ କହଁର,ଶୁକଦେବ କହଁର, ଫାଲ କହଁର, ବରିଷ୍ଠ ଫୁଟବଲ ଖେଳାଳି ତଥା ସଂଗଠକ କାମେଶ୍ୱର କହଁର, କ୍ଲବ ର ସଭାପତି ବିଜୟ କହଁର, ଶରତ ବିଶ୍ୱାଳ ଯୋଗ ଦେଇଥିଲେ l

ଏହି ୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଖେଳ ଅବସରରେ ଆୟୋଜକ କ୍ଲବ ୫୦ ରୁ ଉର୍ଦ୍ଧ ବରିଷ୍ଠ ଖେଳାଳି ଏବଂ ବୟୋଜ୍ୟେଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଉତ୍ତରୀୟ ଦେଇ ସାନମାନିତ କରା ଯାଇଥିଲା l୨୪ ତମ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ର ଉଦଘାଟନ ଅବସରରେ ୨ ଟି ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଖେଳରେ କନ୍ଧମାଳ ଜିଲ୍ଲାର ନୁଆଁ ଗାଁ ବ୍ଲକ ର ଏମ କେ ଡି କ୍ଲବ ସହ ଫିରିଙ୍ଗିଆ ବ୍ଲକ ଚୈତନ୍ୟ ଏଫ ସି କରେକାମ୍ବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଏମ କେ ଡି କ୍ଲବ କୁ ୧ - ୦ ଗୋଲ ରେ ହରାଇ ଚୈତନ୍ୟ ଏଫ ସି କରେକାମ୍ବା ବିଜୟୀ ହୋଇଥିଲା ଏବଂ ଦ୍ୱତୀୟ ଖେଳ ଫୁଲବାଣୀ ବ୍ଲକ ର ମହାବୀର ଏଫ ସି ବୁଡ଼ା ଦାନୀ ସହ ଫିରିଙ୍ଗିଆ ବ୍ଲକ ମାଁ ପୀତବଳୀ ଏଫସି ମାଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଖେଳ ରେ ପେନାଲଟିକ ଜରିଆରେ ମହାବୀର ଏଫସି କୁ ୩ - ୧ ଗୋଲରେ ହରାଇ ମାଁ ପୀତବଳୀ ଏଫସି ମାଲା ବିଜୟୀ ହୋଇଥିଲା l ଏହି ୨୪ ତମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ରେ କନ୍ଧମାଳ ଜିଲ୍ଲା ର ବଛା ବଛା ୧୬ ଟି ଟିମ ଭାଗ ନେଇଥିବା ବେଳେ ଚଳିତ ମାସ ଆସନ୍ତା ୧୬ ତାରିଖରେ ଏହି ଖେଳ ର ଉଦଯାପନୀ କ୍ରୀଡା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l

 ୨ ଟି ଖେଳକୁ ଜଣା ସୁଣା ବରିଷ୍ଠ କ୍ରୀଡା ପରିଚାଳକ ମୁକେଶ ପ୍ରଧାନ, ପ୍ରଫୁଲ୍ଲ କହଁର, ଜଗନ ବିଶୋଇ, ଏବଂ ବେଣୁଧର କହଁର ପରିଚାଳନା କରିଥିଲେ l ସମସ୍ତ ଖେଳ ର ଧାରା ବିବରଣୀକୁ ଅଞ୍ଚଳ ର ଚର୍ଚ୍ଚିତ ଭାଷ୍ୟକାର ତଥା ଏମ ସି ଏସ କ୍ଲବ ର ବରିଷ୍ଠ ସଦସ୍ୟ ସରୋଜ ଚର୍ଚ୍ଚା ଏବଂ କାମେଶ୍ୱର କହଁର ପ୍ରଦାନ କରିଥିଲେ l ଏମ, ସି,ଏସ କ୍ଲବ ର ମନୋଜ କହଁର, ଅନିଲ କହଁର, ଶୁଭାରଞ୍ଜନ କହଁର, ଦିବ୍ୟରଞ୍ଜନ କହଁର, ପ୍ରଦୀପ କହଁର, ଶିବା ମଲିକଙ୍କ ସହ କ୍ଲବ ର ସମସ୍ତ ସଦସ୍ୟ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User