ହିତାଧିକାରୀ ଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି

Aug 09, 2025 - 21:30
0 53
ହିତାଧିକାରୀ ଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି

ଭବାନୀପାଟଣା ତା. ୯/୮  କଥା ଦେଇ କଥା ରଖିଛନ୍ତି ମୋହନ ସରକାର । ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି । କୋରାପୁଟର ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୧ କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯାଇଛି । ଆଜି ତୃତୀୟ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପାଇଛନ୍ତି ।
ଏହି ଅବସର ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା । ଗୋଟିଏ ବଟନ ଚିପି ୧କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ନାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଥିଲା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରତିବର୍ଷ ସୁଭଦ୍ରା 
ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି।
ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସ୍ଥାନୀୟ ଭବାନୀପାଟଣା ଟାଉନହଲ ଠାରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ହିତାଧିକାରୀ ଙ୍କ ଖାତାକୁ ଆସିବ ଉପଲକ୍ଷେ ଭବ୍ୟ ଆୟୋଜନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ସଭାପତିତ୍ବ ରେ ଆୟୋଜନ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମାନ୍ୟବର ସୁଧୀର କୁମାର ପାଟ୍ଟଯୋଶୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ଉନ୍ନୟନ ତଥା ନିର୍ବାହ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବିଡ଼ିଓ ଭବାନୀପାଟଣା ଶ୍ରୀ ଚନ୍ଦନ କୁମାର ଭୋଇ, ନିର୍ବାହ ଅଧିକାରୀ ଭବାନୀପାଟଣା ପୌରପାଳିକା ଚିନ୍ମୟ କୁମାର ନାଏକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସୁଭଦ୍ରା ଯୋଜନା ରେ କଳାହାଣ୍ଡି ଜିଲ୍ଲାରୁ ୩୭୫୫୫୬ ହିତାଧିକାରୀ ଙ୍କ ସିଧା ସଳଖ ଡିବିଟି ମାଧ୍ୟମରେ ଆସିଥିଲା।ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନକଙ୍କୁ ନେଇ ପ୍ରତିଯୋଗିତା ମାନ କରାଯାଇ, କୃତି ଛାତ୍ରଛାତ୍ରୀ ମାନକଙ୍କୁ ପୁରସ୍କୃତ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User