୨୫ରେ ସେବାଉତ୍ସବ - ୨୦୨୫।

Jun 24, 2025 - 10:16
0 50
୨୫ରେ ସେବାଉତ୍ସବ - ୨୦୨୫।

ଦଶପଲ୍ଲା ,୨୪l୬(ଷ୍ଟାର ନିୟୁଜ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଠାରେ ଆସନ୍ତା ୨୫ ତାରିଖ ଅର୍ଥାତ ବୁଧବାର ଦିନ ଦଶପଲ୍ଲା ବ୍ଲକର ଟାକରା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବାଉତ୍ସବ - ୨୦୨୫ ଆୟୋଜନ କରାଯିବାକୁ ଥିବା ଜଣାପଡ଼ିଛି !ଏଥିରେ ସକାଳ ସମୟରେ ମଶାଲ ଶୋଭାଯାତ୍ରା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅପରାହ୍ନରେ ସେବା ଉତ୍ସବ - ୨୦୨୫ ଯେଉଁଥିରେ ଅଂଚଳର ଗରିବ,ଅସହାୟ, ଭିନ୍ନକ୍ଷମ, ବୃଦ୍ଧା ମାନଙ୍କୁ ଶୁଖିଲାଖାଦ୍ୟ, ବସ୍ତ୍ର, ଛତା, କମ୍ବଳ, ଚପଲ ଭଳି ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରାଯିବା ସହିତ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କଳାକୃତି ସହିତ ଜଡ଼ିତ ଥିବା ସ୍ଥାନୀୟ ଅଂଚଳର ଯୁବଗୋଷ୍ଠୀ ଓ କୁନିକୁନି ଛୋଟ ପିଲାଙ୍କ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଥିବା ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି. ଏବଂ ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ଜଣାପଡ଼ିଛି. ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ଟ୍ରଷ୍ଟର ସମସ୍ତ କର୍ମକର୍ତା ସନ୍ତୋଷ କୁମାର ସାହୁ, ସମ୍ବିତ ଭଟ୍ଟ, ମାନସ କୁମାର ପରିଡ଼ା, ଚନ୍ଦନେଶ୍ୱର ଦାଶ, ରବି ନାରାୟଣ ସାହୁ, କୁନା ବେହେରା ପ୍ରମୁଖ ଚେଷ୍ଟା ଜୋରସରରେ ଚଳାଇଥିବା କହିଛନ୍ତି ଟ୍ରଷ୍ଟର ସଭ୍ୟ ଚନ୍ଦ୍ରଶେଖର ନାଏକ. ଖାଲି ସେବାଉତ୍ସବ ନୁହେଁ ବରଂ ଏହାପରେ ଖୁବକମ ଦିନ ମଧ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିବା ସହିତ ଆଗାମୀ ଦିନରେ ଦଶପଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକୁ ଯାଇ ସ୍ୱାସ୍ଥ୍ୟଶିବିର ସହିତ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଥିବା କହିଛନ୍ତି ଟ୍ରଷ୍ଟର ସଭ୍ୟମାନେ. ଅସହାୟ, ଗରିବ ଲୋକଙ୍କ ପାଖରେ ପହଂଚିବା ପାଇଁ ଏକ ସଂଗଠନର ଆବଶ୍ୟକତା ରହିଥିବା ଭାବି ଦଶପଲ୍ଲା ବ୍ଲକର ବିଭିନ୍ନ ଅଂଚଳର ଯୁବଗୋଷ୍ଠୀ ଙ୍କୁ ଏକତ୍ରିତ କରି ଏଭଳି ଏକ ଟ୍ରଷ୍ଟ କରିଥିବାରୁ ଟ୍ରଷ୍ଟର ଟ୍ରଷ୍ଟି (ଚେୟାରମ୍ୟାନ) ତଥା ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟଙ୍କୁ ଟ୍ରଷ୍ଟର ସମସ୍ତ ସଭ୍ୟ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏକାଗ୍ରତା ମନଭାବ ରଖି ଲୋକଙ୍କ ନିକଟତର ହୋଇ ତାଙ୍କ ସମସ୍ୟା କୁ ବୁଝି ତାଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ଲୋକଙ୍କ ସମସ୍ୟା କୁ ପ୍ରଶାସନ ନଜର କୁ ଆଣିବାକୁ ସମ୍ପୂର୍ଣ୍ଣ ଚେଷ୍ଟା ଟ୍ରଷ୍ଟ କରିବ ବୋଲି କହିଛନ୍ତି ଟ୍ରଷ୍ଟର ସଭ୍ୟ ମନ୍ମଥ ସାହୁ ଓ କୃଷ୍ଣଚନ୍ଦ୍ର ରଣା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User