ଅବସରପ୍ରାପ୍ତ ଶିକ୍ଷକଙ୍କୁ ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ।

Jul 14, 2025 - 08:35
 0  4
ଅବସରପ୍ରାପ୍ତ ଶିକ୍ଷକଙ୍କୁ ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଖଜୁରୀପଡା/ଚକାପାଦ ୧୩l୭ (ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନି ଜଣ ସହକାରୀ ଶିକ୍ଷକ ଚାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହୃଷିକେଶ ପ୍ରଧାନ,ତୋଟାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବଘନ ସାହୁ,ସଦାପଦର ପ୍ରାଥମିକ ବିଦ୍ୟାଳୟର ଅନାଦି ଚରଣ ଦଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଭାପତି ଶାନ୍ତୁନୁ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ନାୟକ,ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ଦିଗାଲ,ସମ୍ପାଦକ ବିକ୍ରମ ଦିଗାଲ ଯୋଗଦେଇ ଥିଲେ । ଚକାପାଦ ବ୍ଲକ ର ୭ ଜଣ ସିଆରସିସି ଓ ୬୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ l ଶେଷରେ ସମସ୍ତ ଙ୍କୁ ଶିକ୍ଷକ ସୁନନ୍ଦ ଦିଗାଲ ଧନ୍ୟବାଦ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow