ଅସହାୟ ଯୁବକ ର ବିବାହ କାର୍ଯ୍ୟ ସମାପନ କଲା ଡୁମ୍ବାଳ ପରିଷଦ କନ୍ଧମାଳ, ର ଗୋଚ୍ଛା ପଡ଼ା କେନ୍ଦ୍ର l

Jun 24, 2025 - 10:29
Jun 24, 2025 - 10:37
 0  76
ଅସହାୟ ଯୁବକ ର ବିବାହ କାର୍ଯ୍ୟ ସମାପନ କଲା ଡୁମ୍ବାଳ ପରିଷଦ କନ୍ଧମାଳ, ର ଗୋଚ୍ଛା ପଡ଼ା କେନ୍ଦ୍ର l

ଫିରିଙ୍ଗିଆ,୨୪l୬(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଗୋଚ୍ଛାପଡ଼ାରେ ଅସହାୟ ର ସାହାରା ସାଜି ଜଣେ ଅସହାୟ ଯୁବକ ଙ୍କ ବିବାହ କରି ସାଧାରଣ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଡୁମ୍ବାଳ ପରିଷଦ କନ୍ଧମାଳ, ଓଡିଶା ର ଗୋଚ୍ଛାପଡ଼ା କେନ୍ଦ୍ର ଡୁମ୍ବାଳ କୁଳ ସମାଜ ବାସୀ l ସୂଚନା ଅନୁସାରେ ଡୁମ୍ବାଳ କୁଳ ର ଜଣେ ଯୁବକ ସଞ୍ଜୟ ମହାକୁଡ଼ ବୟସ ୨୩ ଦୀର୍ଘ ବର୍ଷ ହେବ ପିତା ବଶିଷ୍ଟ ମହାକୁଡ଼ ଙ୍କ ବିୟୋଗ ପରେ ମାଁ ମଧ୍ୟ ଗତ ୪ ବର୍ଷରୁ ଉର୍ଦ୍ଧ ହେବ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ l ପରିବାର ରେ ୨ ଭାଇ ହେଲେ ମଧ୍ୟ ବଡ଼ ଭାଇ ବିବାହ କରି ଅନ୍ୟତ୍ର ରହୁଛନ୍ତି l ସଞ୍ଜୟ ନିଜେ କଷ୍ଟ କରି ଯାହା ରୋଜଗାର କରନ୍ତି ଦୁଇ ଓଳି ଦୁଇ ମୁଠା ପେଟକୁ ଭାତ ମିଳିବା କଷ୍ଟକର କଥା ଯାହା ରୋଜଗାର ହୁଏ ତାହା ମାଙ୍କ ଚିକିତ୍ସା ରେ ସରିଯାଏ ତେବେ ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ଅସହାୟ ସଞ୍ଜୟ କୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଥିଲା ଡୁମ୍ବାଳ କୁଳ ସମାଜ ଗୋଚ୍ଛାପଡ଼ା କେନ୍ଦ୍ର l ଡୁମ୍ବାଳ କୁଳ ସମାଜ ର ଗୋଚ୍ଛାପଡ଼ା କେନ୍ଦ୍ର ସଭାପତି ବିଶ୍ଵାମିତ୍ର ମହାକୁଡ଼, ସମ୍ପାଦକ ଜଳନ୍ଧର ମହାକୁଡ଼, ରାଜ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ମହାକୁଡ଼ ଏବଂ କିଛି ବରିଷ୍ଠ ସମାଜ ର କର୍ମକର୍ତା ଙ୍କୁ ନେଇଁ ବୈଠକ କରି ଆଲୋଚନା କରିବା ପରେ ସଞ୍ଜୟ ପାଇଁ ଏକ ଝିଅ କାଶିନୀ ପଦର ପଞ୍ଚାୟତ ଜିରିସୀ ଗାଁରେ ଦେଖିଥିଲେ ପରେ ଉଭୟ ପରିବାର ଙ୍କ ସହ ଆଲୋଚନା ପରେ ଜିରିସୀ ଗାଁ ର ଲିଙ୍ଗରାଜ ଅମାତ ନିଜ ଝିଅକୁ ସଞ୍ଜୟ କୁ ବିବାହ ଦେବାକୁ ପ୍ରତିଶୃତି ଦେଇଥିଲେ l ଆଲୋଚନା ମୁତାବକ ସୋମବାର ଦିନ ଗୋଚ୍ଛା ପଡ଼ା ରେ ପୂଜା ପାଉଥିବା ଡୁମ୍ବାଳ କୁଳ ରଇଷ୍ଟଦେବୀ ମାଁ ମାହେଶ୍ୱରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଡୁମ୍ବାଳ କୁଳ ଗୋଚ୍ଛାପଡ଼ା କେନ୍ଦ୍ର ର ୧୬୫ ଘରର ଶତାଧିକ କୁଳ ସମାଜ ବାସୀଙ୍କ ଉପସ୍ଥିତ ରେ ଯଥା ଵିଧି ପୁରୋହିତ ନାମେଶ୍ୱର ମିଶ୍ର ଓ ମନ୍ଦିର ପୂଜକ କର୍ଣ୍ଣ ମହାକୁଡ଼ ଙ୍କ ଉପସ୍ଥିତ ରେ ସଞ୍ଜୟ ମହାକୁଡ଼ ଙ୍କ ସହ ରିଙ୍କି ଅମାତ ଙ୍କ ବିବାହ ସମ୍ପର୍ଣ ହୋଇଛି l ବିବାହ କାର୍ଯ୍ୟକ୍ରମ ରେ ଡୁମ୍ବାଳ କୁଳ ସମାଜ ବାସୀଙ୍କ ସହ ବରିଷ୍ଠ ବୁଦ୍ଧିଜୀବୀ ଏବଂ ଅଞ୍ଚଳ ର କିଛି ଜନସାଧାରଣ ଉପସ୍ଥିତ ରହି ବର କନ୍ୟାକୁ ଆଶୀର୍ବାଦ କରିଥିଲେ l ଵିଧି ଅନୁସାରେ ବାଜା ବାଦ୍ୟ ମହୁରୀ ବାଜି ଧୁମ ଧାମ ରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏହି ବିବାହ କାର୍ଯ୍ୟକ୍ରମ ରେ ଯଶୋବନ୍ତ ମହାକୁଡ଼, ରଘୁନାଥ ମହାକୁଡ଼, ସୁର ବନ୍ତ ମହାକୁଡ଼, ମାଧବ ପ୍ରଧାନ, ସ୍ଵପ୍ନେଶ୍ଵର ମହାକୁଡ଼, ସୌଦାମିନୀ ଦନ୍ତା, ଶାନ୍ତି ମହାକୁଡ଼ ଙ୍କ ସହ ବହୁ ସମାଜ ର ବରିଷ୍ଠ କର୍ମକର୍ତ୍ତା ସହଯୋଗ ରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ପୂର୍ବରୁ ଫିରିଙ୍ଗିଆ ବ୍ଲକ ର ଗୋଟିଏ ଡୁମ୍ବାଳ କୁଳ ର କେନ୍ଦ୍ର ଥିବା ବେଳେ ବର୍ତମାନ ଆଲୋଚନା ପରେ ଦୁଇ ଟି କେନ୍ଦ୍ର କରା ଯାଇଛି ଓ ଗୋଚ୍ଛାପଡ଼ା କେନ୍ଦ୍ର ଗଠନ ପରେ ସହଯୋଗ ର ହାତ ବଢ଼ାଇ ଅସହାୟ ସଞ୍ଜୟ ର ବିବାହ କରାଯାଇଥିବା କହିଛନ୍ତି କେନ୍ଦ୍ର ସଭାପତି ବିଶ୍ଵାମିତ୍ର ମହାକୁଡ଼ ତେବେ ଆଗାମୀ ଦିନରେ ଶିକ୍ଷା ସଂସ୍କାର ସହ ସମାଜ ର ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବା କହିଛନ୍ତି l ଅନ୍ୟପଟେ ଏହି ସହଯୋଗ ପରେ ଡୁମ୍ବାଳ କୁଳ କୁ ପ୍ରଶଂସା କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହି କାର୍ଯ୍ୟ ଉଦାହରଣ ହେବ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ କହିଛନ୍ତି l

What's Your Reaction?

like

dislike

love

funny

angry

sad

wow