ଆଇଏଏସ ଧୀମନଙ୍କ ଜାମିନ ନାମଂଜୁର ଭିଜିଲାନ୍ସ କୋର୍ଟରେ କରିଥିଲେ ଆବେଦନ

ଭବାନୀପାଟଣା,ତା ୧୮।୦୬ (ଷ୍ଟାରନିୟୁଜ ଓଡିଶା)ଭିଜିଲାନ୍ସ ମାମଲାରେ କଳାହାଣ୍ଡି ଜିଲ୍ଲା କାରାଗାରରେ ବିଚାରଧୀନ ଥିବା ଧର୍ମଗଡ ଉପଜିଲ୍ଲାପାଳ ତଥା ଆଇଏଏସ ଧିମାନ ଚକମାଙ୍କ ଜାମିନ ନାମଂଜୁର ହୋଇଥିବା ଜଣାଯାଇଛି। ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ଵିତୀୟ ଥର ଜାମିନ ନାମଂଜୁର କରିଥିବା ଜଣାପଡିଛି। ମଙ୍ଗଳବାର ଚକମାଙ୍କ ପକ୍ଷରୁ ଜାମିନ୍ ପାଇଁ ଅବେଦନ ହୋଇଥିବା ବେଳେ ଏହାକୁ କୋର୍ଟ ନାମଂଜୁର କରିଥିବା ବରିଷ୍ଠ ଓକିଲ ଦିଲୀପ ସା କହିଛନ୍ତି।
ପ୍ରକାଶ ଯୋଗ୍ୟ, ଗତ ୮ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢାଉ କରାଯାଇଥିଲା । ଲଘୁଖଣି ବ୍ୟବସାୟୀ ହର୍ଷ ବର୍ଦ୍ଧନ ବେହେରାଙ୍କ ଅଭିଯୋଗ କ୍ରମେ ଏହି ଚଢାଉ ହୋଇଥିଲା । ଶ୍ରୀ ବେହେରାଙ୍କ ଜୟପାଟଣା କ୍ରସର୍କୁ ଚଲାଇ ନଦେବା ପାଇଁ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ଭୟଭିତ କରିଥିଲେ । କ୍ରସର୍ର ବେଆଇନ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ୨୦ଲକ୍ଷ ଟଙ୍କାର ଲାଂଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାହାର ପ୍ରଥମ କିସ୍ତି ଦେବାକୁ କ୍ରସର ମାଳିକ ରାତିରେ ସରକାରୀ ବାସଭବନ ପହଞ୍ଚିଥିଲେ । ତାଙ୍କ ସହ ପୁର୍ବ ପ୍ରସ୍ତୁତିରେ ଥିବା ଭିଜିଲାନ୍ସ ବିଭାଗର ଟିମ୍ ମାଡ଼ି ବସି ରାସାୟନିକ ବୋଳା ଶହେ ଟଙ୍କିଆ ନୋଟ୍ ୨୬ଟି ବିଡ଼ାରେ ୧୦ଲକ୍ଷ ଲାଂଚ ଟଙ୍କା ଜବତ କରାଯାଇଥିଲା । ପରବର୍ତ୍ତି ଯାଂଚରେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା । ଗତ ୯ତାରିଖ ଉପଜିଲ୍ଲାପାଳ ଶ୍ରୀଚକ୍ମଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ପ୍ରଥମ ଜାମିନ ଆବେଦନକୁ ନାମଂଜୁର କରିବା ପରେ ଜିଲ୍ଲା ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
What's Your Reaction?






