ଆଜି ଠୁ ଆରମ୍ଭ ହେଲା ଡିଜିଟାଲ ଜନଗଣନା।ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି।

Apr 1, 2026 - 20:07
 0  17
ଆଜି ଠୁ ଆରମ୍ଭ ହେଲା ଡିଜିଟାଲ ଜନଗଣନା।ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି।

ଭବାନୀପାଟଣା ତା.୦୧/୦୪ (ଷ୍ଟାର ନିୟୁଜ ଓଡିଶା )ଆଜିଠାରୁ ଆରମ୍ଭ ହେଉଛି ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା। ଏପ୍ରିଲ ୧ରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ, କଳାହାଣ୍ଡିରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି।
୨୦୨୬ ଏପ୍ରିଲ ୧ରୁ ସାରା ଦେଶରେ ଡିଜିଟାଲ୍ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି।
ଏହି ପର୍ଯ୍ୟାୟରେ ୧୫ ଦିନ ଧରି ସ୍ୱ-ଗଣନା କାର୍ଯ୍ୟକ୍ରମ ଚାଲିବ, ଯେଉଁଠାରେ ଲୋକମାନେ ଆପ୍ ମାଧ୍ୟମରେ ୩୩ଟି ପ୍ରଶ୍ନର ଉତ୍ତର ଦେଇ ତଥ୍ୟ ଭରିପାରିବେ।
ଏହା ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା, ଯେଉଁଥିରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଉଛି।
ଓଡ଼ିଶାରେ ଏପ୍ରିଲ ୧୬ରୁ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ।
ଏହି ପର୍ଯ୍ୟାୟରେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରାଯିବ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲାପାଳ ସଭାଗୃହରେ ବରିଷ୍ଠ ସରକାରୀ ଅଧିକାରୀମାନେ ଡିଜିଟାଲ୍ ମାଧ୍ୟମରେ ଜନଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।
କଳାହାଣ୍ଡିରେ ଡିଜିଟାଲ୍ ଜନଗଣନାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଲୋକମାନଙ୍କୁ ସ୍ୱ-ଗଣନାରେ ସକ୍ରିୟ ଭାଗ ନେବା ପାଇଁ ଅନୁରୋଧ କରାଯାଇଛି।
Byte_ସଚିନ ପାଓ୍ବାର ପ୍ରକାଶ(ଜିଲ୍ଲାପାଳ କଳାହାଣ୍ଡି )

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR