ଆଧାର କାର୍ଡ ନଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ବିକଳାଙ୍ଗ ଶିଶୁ ।

ଉମରକୋଟ,୨୨l୭ (ଷ୍ଟାର ନିୟୁଜ ଓଡିଶା): ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ରହିବେ ହିତାଧିକାରୀ|ୟେ ଆମ ସରକାରର ଅଜବ ନିୟମ |ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡ ତିଆରି ହୋଇପାରୁନଥିବାରୁ ତାକୁ ବିକଳାଙ୍ଗ ଭତ୍ତାରୁ ବଞ୍ଚିତ କରାଯାଇଛି | ଏପରିକି ଦିବ୍ୟାଙ୍ଗ ବାଳକର ପିତାଙ୍କ ଆଧାର କାର୍ଡରେ ବୟସ କମ ଥିବାରୁ ସେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଛନ୍ତି |ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏକ ପରିବାରର ଦୁଃଖ ଭରା କାହାଣୀ ସାମ୍ନାକୁ ଆସିଛି | ଦୁର୍ଗମ ଉପାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଵକୋଦା ପଂଚାୟତ ଅଧୀନରେ ଥିବା ସରାଗୁଡା ଗ୍ରାମରେ ରହୁଥିବା ଲଛନ ଭତ୍ରାଙ୍କ ପରିବାରର କାହାଣୀ |ଲଛନଙ୍କ 9 ବର୍ଷର ପୁଅ ରବିସିଂ ଭତ୍ରା ଯିଏକି ଜନ୍ମରୁ ବିକଳାଙ୍ଗ |ସେ ନା ଦେଖିପାରୁଛନ୍ତି, ନା କହିପାରୁଛନ୍ତି, ନା ଶୁଣି ପାରୁଛନ୍ତି, ନା ଚାଲି ପାରୁଛନ୍ତି |ସେ ଜନ୍ମ ହେବାର ତିନି ମାସ ପରେ ମାଁ ଯଶୋଦା ଭତ୍ରା ସ୍ୱର୍ଗବାସ ହୋଇଯାଇଥିଲେ |କିନ୍ତୁ ତାଙ୍କ ପରିବାର ଭାଙ୍ଗିନ ଥିଲେ |ତାଙ୍କ ଦୁଇ ଭଉଣୀ ସନେଇ ଭତ୍ରା ଓ ଉଲମ୍ପା ଭତ୍ରା ନିଜର ପାଠ ପଢା ଛାଡି ସାନ ଭାଇ ରବିସିଂର ଦେଖଭାଲ କରୁଛନ୍ତି |ବଡ଼ ଭାଇ କୁଲି ମଜୁରୀ କରି ଯାହା ଆଣନ୍ତି ସେଥିରେ ତାଙ୍କ ପରିବାର ଚଳୁଛନ୍ତି |ସେପଟେ ରବିସିଂର ଆଧାର କାର୍ଡ ନଥିବାରୁ ସେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି |ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଏବଂ ବିଡ଼ିଓ ମନୋଜ କୁମାର ମେହେର ରବିସିଂ ଙ୍କ ପାଇଁ ବିକଳ୍ପ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି |ବର୍ତମାନ ଦେଖିବାକୁ ବାକି ରହିଲା ଦିବ୍ୟାଙ୍ଗ ରବିସିଂକୁ କେବେ ସରକାରୀ ସହାୟତା ମିଳିବ?
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






