ଆମପାଣି।ମଣ୍ଡଳ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Jun 9, 2025 - 17:37
 0  22
ଆମପାଣି।ମଣ୍ଡଳ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଭବାନୀପାଟଣା,୦୯/୦୬ :(ଷ୍ଟାରନିୟୁଜ ଓଡିଶା )ବିକଶିତ ଭାରତ ଅମୃତ କାଳ ସେବା ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗକୁ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ରବିବାର କୋକସରା ବ୍ଲକ ଆମପାଣି ମଣ୍ଡଳ ସ୍ତରୀୟ କର୍ମଶାଳା ଓ ପ୍ରସ୍ତୁତି ବୈଠକ ଭୂର୍ଷାଗୁଡ଼ା ମହାଭାରତ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ସଭାପତିତ୍ୱରେ ଜିଲ୍ଲାରୁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ତ୍ରିନାଥ ଶବର ଯୋଗଦେଇ ରାଜ୍ୟରେ ବିଜେପି ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ର ରୂପରେଖ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସାଧାରଣ ସମ୍ପାଦକ ତୁଳରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରୀ , ପୁର୍ବତନ ମଣ୍ଡଳ ସଭାପତି ଅର୍ଜୁନ ଭାଟି,ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା , ବରିଷ୍ଠ କାର୍ଯ୍ୟକାର୍ତ୍ତା ନକୁଲ ନାଏକ ମକରନ୍ଦ ବାଗ, ସୁଶିଲ ସତନାମି , ଅବିକ୍ଷୀତ ସରାବୁ, ନାରୀନେତ୍ରୀ ଧରିତ୍ରୀ ବାଗ , ପ୍ରାଞ୍ଜଳି ପ୍ରଧାନ , ଭୂମିଶୁତା ମାଝୀ ,ସମେତ ମଣ୍ଡଳ ସ୍ତରୀୟ ଅନ୍ୟ କର୍ମକର୍ତ୍ତା ଓ କର୍ମି ଉପସ୍ଥିତ ଥିଲେ। 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow