ଆର ସି ଡି ସି ପକ୍ଷରୁ ଭିକ୍ଷା ହାଟପଦା ଠାରେ ସାଧାରଣ ବୈଠକ ଅନୁଷ୍ଠିତ ଓ ପଞ୍ଚଭୁତ ଯୋଜନା ଉପରେ ଆଲୋଚନା।

Jul 06, 2025 - 18:43
0 171
ଆର ସି ଡି ସି ପକ୍ଷରୁ ଭିକ୍ଷା ହାଟପଦା ଠାରେ ସାଧାରଣ ବୈଠକ ଅନୁଷ୍ଠିତ ଓ ପଞ୍ଚଭୁତ ଯୋଜନା ଉପରେ ଆଲୋଚନା।

ଝରିଗାଁ,୬l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ସଦର ମହକୁମା ସ୍ଥିତ ହାଟପଦା ପଡିଆ ଠାରେ ଆଜି ଆରସିଡିସି ସଂସ୍ଥା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକରେ ନିର୍ଦେଶକ ରଞ୍ଜନ ମହାନ୍ତି, ଆଇଟି ଡାଇରେକ୍ଟର ରାମକୃଷ୍ଣ ମହାରଣା, ଅନୁଷ୍ଠାନର ଫାଣ୍ଠି ବୃଦ୍ଧି ଅଫିସର ପବିତ୍ର ମୋହନ ମିଶ୍ର, ନବରଙ୍ଗପୁର ପରିଚାଳକ ନିର୍ଦେଶକ କେଶବ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ଝରିଗାଁ ଆରସିଡିସି କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଭିକ୍ଷା ସରପଞ୍ଚ ଗୋମତୀ ବଞ୍ଜାରା଼, ସମାଜସେବୀ ରାଖୀରାମ ବଞ୍ଜାରା଼, ପୂର୍ବତନ ସରପଞ୍ଚ ନାରାୟଣ ବଞ୍ଜାରା଼ ଙ୍କ ସମେତ ୱାର୍ଡ ସଭ୍ୟ ଓ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ |ଆରସିଡିସି ସଂସ୍ଥା ସବୁବେଳେ ପ୍ରାକୃତିକ ସମ୍ବଳ ଯଥା ମୃତିକା, ପାଣି, ପବନ କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଚଳିତ ବର୍ଷ ପଞ୍ଚଭୁତ ଉପରେ ଏକ ପ୍ରୋଜେକ୍ଟ ତିଆରି କରିବାକୁ ସଂକଳ୍ପ ନେଇଛି |ଏଣୁ ଉପସ୍ଥିତ ଜନସାଧାରଣଙ୍କୁ ପଞ୍ଚଭୁତ ଯୋଜନା ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ପ୍ରାକୃତିକ ବିପର୍ଯୟ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ବୁଝେଇଥିଲେ |ତାଛଡା ଆଜିର ଏହି ବୈଠକରେ ସାମାଜିକ ସମ୍ବଳ ମାନଚିତ୍ର ଟିଏ ମଧ୍ୟ ନିର୍ମାଣ କରାଯାଇଥିଲା, ଅଞ୍ଚଳରେ ଥିବା ଅଦରକାରୀ ଜମି ଗୁଡିକୁ ବ୍ୟବହାର କରି ତହିଁରେ ବୃକ୍ଷ ରୋପଣ କରିବା ଓ ଅନ୍ୟାନ୍ୟ ପନ୍ଥା ସବୁ ଅବଲମ୍ବନ କରି ପରିବେଶ ସୁରକ୍ଷା କରିବା ସହିତ ଏକ ସୁସ୍ଥ ପରିବେଶ ଗଠନ କରିବା ଉପରେ ଆଲୋଚନା ହୋଇଥିଲା |ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User