ଧୋଡିପାଣିରେ ରଥଯାତ୍ରାକୁ ନେଇ ରହିଛି ନିଆରା଼ ପରମ୍ପରା, ବାହୁଡ଼ାଯାତ୍ରାର ପରଦିନ ମହିଳା ଟାଣନ୍ତି ରଥ ।

ଚନ୍ଦାହାଣ୍ଡି,୬l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ର ପ୍ରାୟ ସବୁ ସ୍ଥାନରେ ରଥଯାତ୍ରା ସମୟରେ ପୁରୁଷମାନେ ହିଁ ରଥ ଟାଣୁଥିବା ବେଳେ ଚନ୍ଦାହାଣ୍ଡି ବ୍ଲକର ଧୋଡ଼ିପାଣି ଗ୍ରାମରେ କିନ୍ତୁ ଭିନ୍ନ ପରମ୍ପରା ରହିଥିବା ଦେଖିବାକୁ ମିଲେ |ଏଠାରେ ବାହୁଡ଼ାଯାତ୍ରାର ପରଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଟାଣିବାକୁ ମହିଳା ମାନଙ୍କୁ ସୁଯୋଗ ଦିଆ ଯାଇଥାଏ |ପ୍ରଥମେ ପୁରୁଷମାନେ ମାଉସୀ ମନ୍ଦିର ଠାରୁ ଧୋଡିପାଣି ଗାଁ ମୁଣ୍ଡ ପର୍ଯ୍ୟନ୍ତ ରଥ ଟାଣି ଆଣିବା ପରେ ସେଦିନ ଗାଁ ମୁଣ୍ଡରେ ହିଁ ଅଟକି ରହିଯାଏ ମହାପ୍ରଭୁଙ୍କ ରଥ |ତା'ପରଦିନ ମହିଳାମାନେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ରଥ ଦଉଡି ଭିଡିଥାନ୍ତି ଓ ଜଗନ୍ନାଥ ମନ୍ଦିରକୁ ନେଇ ଯାଇଥାନ୍ତି |ଏହି ରଥଟଣାରେ ଧୋଡ଼ିପାଣି,ମାଲଗାଁ, କୁହୁଡି, ଦଳବେଡା ଓ ସିନାପାଲି ଗ୍ରାମର ଜନସାଧାରଣ ଯୋଗ ଦେଇଥାନ୍ତି |ଏହି ପରମ୍ପରା କେବଳ ବର୍ଷେ କି ଦୁଇବର୍ଷର ନୁହେଁ, ଦୀର୍ଘ 26ବର୍ଷ ହେବ ଅଞ୍ଚଳରେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ସ୍ଥାନୀୟ ଲୋକ ମତ ଦିଅନ୍ତି |ମହିଳା ମାନଙ୍କ ରଥ ଟାଣିବା ଦୃଶ୍ୟକୁ ଦେଖିଲେ ଦ୍ୱାପର ଯୁଗର ଚିତ୍ର ଆଖି ଆଗରେ ନାଚିଉଠେ |ଦୃଶ୍ୟ ଦେଖି ଏମିତି ଲାଗେ ସତେକି ଷୋହଳ ସହସ୍ର ଗୋପାଳୁଣୀ ଙ୍କ ଗହଣରେ କଳା କହ୍ନେଇ ହଲିଝୁଲି ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି |ଏଠିକାର ଏହି ବିରଳ ରଥଯାତ୍ରା ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଜନସାଧାରଣ ଧୋଡିପାଣିକୁ ଆସିଥାନ୍ତି |ମହିଳା ମାନଙ୍କୁ ସଂମାନ ଦେବା ଉଦେଶ୍ୟ ନେଇ ଏହି ପରମ୍ପରାର ଆରମ୍ଭ କରାଯାଇଥିବା ବୁଦ୍ଧିଜୀବୀମାନେ ମତ ଦିଅନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






