ଘରକାନ୍ଥ ଭୁଶୁଡି ପଡିବାରୁ ମହିଳା ମୃତ ।

Jul 6, 2025 - 22:22
 0  87
ଘରକାନ୍ଥ ଭୁଶୁଡି ପଡିବାରୁ ମହିଳା ମୃତ ।

ଝରିଗାଁ,୬l୭ (ଷ୍ଟାର ନିୟୁଜ ଓଡିଶା ): ଗତକାଲି ରାତି ପ୍ରାୟ 3ଘଂଟିକା ସମୟରେ ଘରର କାନ୍ଥ ଭୁଶୁଡି ପଡିବାରୁ ଜଣେ ମହିଳାଙ୍କ ଶୋଇଲା ବିଛଣାରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଲିଛି |ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମଗୁଡା ଗ୍ରାମର ଅର୍ଜୁନ ପନକା (65)ଙ୍କ ସ୍ତ୍ରୀ ରୁବି ପନକା (62)ଗତକାଲି କାଲି ରାତିରେ ଖିଆପିଆ ସାରି ସ୍ୱାମୀଙ୍କ ସହ ବିଛଣାରେ ସୋଇଥିଲା |ନବରଙ୍ଗପୁର ଜିଲ୍ଲାରେ କିଛିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଘରର ମାଟି କାନ୍ଥ ସବୁ ପାଣିରେ ଭିଜି ଭିଜି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡିଥିଲା |ରାତିରେ ସମସ୍ତେ ସୋଇଥିବା ସମୟରେ ତାଙ୍କ ପୁରୁଣା ଘରର କାନ୍ଥ ଭୁଶୁଡି ନୁଆଁ ଘରର କାନ୍ଥ ଉପରେ ପଡିବାରୁ ନୁଆଁ ଘରର କାନ୍ଥ ମଧ୍ୟ ଭୁଶୁଡି ରୁବିଙ୍କ ଉପରେ ପଡିଥିଲା |ଫଳରେ ଘଟଣା ସ୍ଥଳରେ ହିଁ ରୁବିଙ୍କ ମୃତ୍ୟୁ ଘଟିଥିଲା |ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ରୁବିଙ୍କୁ ଡାବୁଗାଁ ମେଡିକାଲକୁ ନେଇଯାଇଥିଲେ |ପରେ ସେଠାରେ ରୁବିଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମର ଶରୀର ପ୍ରଦାନ କରାଯିବା ପରେ ପରିବାରଲୋକ ଶୋକାକୂଳ ପରିବେଷରେ ଆଜି ରୁବିଙ୍କ ଅନ୍ତିମ ସଂସ୍କାର କରିଥିବା ଖବର ମିଲିଛି |ଏହି ଖବରଟି ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow