ଆସନ୍ତା ଏପ୍ରିଲ ୨୭ରୁ ମେ ୮ଯାଏ କନ୍ଧମାଳ ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା

Apr 03, 2025 - 14:29
0 104
ଆସନ୍ତା ଏପ୍ରିଲ ୨୭ରୁ ମେ ୮ଯାଏ   କନ୍ଧମାଳ ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା
ଆସନ୍ତା ଏପ୍ରିଲ ୨୭ରୁ ମେ ୮ଯାଏ   କନ୍ଧମାଳ ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା

ଫୁଲବାଣୀ, ୩l୦୪(ଷ୍ଟାର ନିୟୁଜ):ଆସନ୍ତା ଏପ୍ରିଲ ୨୭ରୁ ମେ ୮ଯାଏ ଡୀର୍ଘ ୧୨ଦିନ ବ୍ୟାପୀ ଫୁଲବାଣୀ ସ୍ଥିତ କୋରୋନେସନ୍ ପଡିଆ ଠାରେ କନ୍ଧ ମାଳ ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା -୨୦୨୫ଅନୁଷ୍ଠିତ ହେବ l ଏହି ଅବସରରେ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ସାମ୍ୱାଦିକ ତଥା କମିଟି ର ସଭାପତି ସୁନୀଲ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ମହୋତ୍ସବ କୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା କମିଟି ର ଉପଦେଷ୍ଟା ତଥା ବରିଷ୍ଠ ଆଦିବାସୀ ନେତା, ଆଇନଜୀବି କୁଇ ସମାଜ ସମନ୍ବୟ ସମିତି ସାଧାରଣ ସଂପାଦକ ଲମ୍ବୋଦର କଂହର ଓ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ନାଗରିକ ମଞ୍ଚ ସଭାପତି ଡ ଅରୂପ ଜେନାଙ୍କୁ ପୁଷ୍ପ ଗୁଛଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର, ସଂପାଦକ ଡ଼ କାହ୍ନୁ ଚରଣ ଶତପଥୀ, ଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଆଦିବାସୀ ଯୁବ ନେତା ସମୀର ଘଟାଲ୍, ଫୁଲବାଣୀକୁଇ ସମାଜ ସମିତି ସଂପାଦକ ଅବନୀ କଂହର, ସମାଜସେବୀ ତଥା ମହୋତ୍ସବ କମିଟି କେଶୀୟର ପ୍ରସନ୍ନ କୁମାର ସ୍ବାଇଁ ,ବିରେନ୍ଦ୍ର କହଁର, ସୁନିତି ଅlଚାରି, ରୁପମ୍ବିକା ତ୍ରିପାଠୀ, ସରସ୍ଵତୀ ସାହୂ, ସାମ୍ୱାଦିକ ତଥା ରେଡିଓ ମୁଷ୍କାନ୍ ର ମୁଖ୍ୟ ସୁଶ୍ରୀ ଶିବାନୀ ସୁଆର, ରୋଟାରୀ କ୍ଲବ୍ ପୂର୍ବତନ ସଭାପତି ଶ୍ରୀମତୀ ବିରା ଜିନୀ ମହାପାତ୍ର , ଦିନେଶ ବେହେରା, ମହାଦେବ ସାହୂ, ଖଡରା ସଂଘ ସଂପାଦକ ଉମା ଶଙ୍କର,ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇ ମେଳା ଯେପରି ଶତ ପ୍ରତିଶତ ସଫଳ ହେବ ସେ ନେଇ ସୁଚିନ୍ତିତ ମତାମତ ଦେଇଥିଲେ । କନ୍ଧ ମାଳ ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା ରେ ପ୍ରାୟ ୨ଶହ ଷ୍ଟଲ କରାଯିବ । ବିଭିନ୍ନ ପ୍ରକାର ବାଇକ୍, , ଇ ବାଇକ୍, ଠାରୁ ଆରମ୍ଭ କରି ଟ୍ରାକ୍ଟର,ଅଟୋ,କାର, ଟିଭି, ଫ୍ରିଜ୍, ଆଲ ମୀରା, ସୋଫା ସେଟ୍, ପମ୍ପ ସେଟ୍ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ସହ ମୀନା ବଜାର,ଘର୍କରଣା, ଖେଳନା, ଡ୍ରେସ, ଶାଢ଼ୀ ର ଷ୍ଟଲ ମଧ୍ୟ ରହିବ । ଏଥିସହ ବିଭିନ୍ନ ପ୍ରକାର ସୂ ସ୍ୱା ଦୁ ଖାଦ୍ୟ ଓ ଆଇସକ୍ରିମ ,ଲସି ,ଥଣ୍ଡା ପାନୀୟ ଷ୍ଟଲ ବି ରହିବ । ପ୍ରତ୍ୟେକ ସନ୍ଧ୍ୟା ରେ ଲୋକଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । ମେଳାରେ ଅଧିକ ରୁ ଅଧିକ ଜନ ସମାଗମ ଯେପରି ହେବ ଓ ବ୍ୟବସାୟ ଯେପରି ହେବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବା ଦିଗରେ ଗୁରୁତ୍ଵ ଦିଆଯିବ l ଶେଷରେ କମିଟି ଊପ ସଭାପତି ସୁଜିତ କୁମାର ବେହେରା ଧନ୍ୟବାଦ୍ ଦେଇ ଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User