କନ୍ଧମାଳ ଜିଲ୍ଲାର ନାମ ରଖିଲେ ପ୍ରମୋଦ ଦଳପତି, ITI ରେ ସର୍ବ ଭାରତୀୟ ସ୍ତର ରେ ପ୍ରଥମ ସ୍ଥାନ ଅଧିକୃତ l

Oct 06, 2025 - 22:12
0 203
କନ୍ଧମାଳ ଜିଲ୍ଲାର ନାମ ରଖିଲେ ପ୍ରମୋଦ ଦଳପତି, ITI ରେ ସର୍ବ ଭାରତୀୟ ସ୍ତର ରେ ପ୍ରଥମ ସ୍ଥାନ ଅଧିକୃତ l

କନ୍ଧମାଳ, ୬/୧୦(ଷ୍ଟାର ନିୟୁଜ ଓଡ଼ିଶା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଲଙ୍କାଗଡ଼ ପଞ୍ଚାୟତରେ ଆଜି ଦେଖିବାକୁ ମିଳିଛି ସୁନା ପୁଅ ପ୍ରମୋଦ ଦଳପତି ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକୃତ କରି ଦୁର୍ଗମ ଅଞ୍ଚଳରୁ ଦିଲ୍ଲୀକୁ ଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ପ୍ରଶଂସାପତ୍ର ପାଇଛନ୍ତି । 

ଏଭଳି ଏକ ଦୁର୍ଗମ ଗାଁରୁ ଚଳିତ ବର୍ଷ ଆଇଟିଆଇ ପରୀକ୍ଷାରେ ପ୍ରମୋଦ ଦଳପତି ସର୍ବ ଭାରତୀୟ ସ୍ତରରେ ଚର୍ଚ୍ଚାର ସହିତ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । 

ପ୍ରମୋଦଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା ଗତ ଗୁରୁବାରଦିନ ପ୍ରମୋଦ ଦଳପତି ଓ ତାଙ୍କ ବାପା ରାଜେନ୍ଦ୍ର ଦଳପତି ଦୁହେଁ ମିଶି ଦିଲ୍ଲୀ ଗସ୍ତ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ଗ୍ରହଣ କରି ଫେରିବା ପରେ ତାଙ୍କୁ ପରିବାର ଓ ଆତ୍ମୀୟ ସ୍ବଜନ ଏବଂ ଅଞ୍ଚଳବାସୀ ସୋମବାର ପୂର୍ବାହ୍ନରେ ଫୁଲମାଳ ପିନ୍ଧାଇ , ଡିଜେ ବଜାଇ ଶୋଭା ଯାତ୍ରାରେ ଘରକୁ ସ୍ୱାଗତ କରି ନେଇଥିଲେ।

 ଲଙ୍କାଗଡ଼ ପଞ୍ଚାୟତ, ତୁମୁଡିବନ୍ଧ ବ୍ଲକ , କନ୍ଧମାଳ ଜିଲା ପାଇଁ ଏବଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଦଳପତି

ଲଙ୍କାଗଡ଼ ତା. ୬/୧୦ (ଷ୍ଟାର ନିୟୁଜ ଓଡିଶା )ଗାଁର ବୁଦ୍ଧିଜୀବୀ, ବୟୋଜ୍ୟୋଷ୍ଠ, ଗୁରୁଜନ ଏବଂ ସହପାଠୀ ପ୍ରମୋଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ଦୁର୍ଗମ ଲଙ୍କାଗଡ଼ ପଞ୍ଚାୟତରେ କୌଣସି ସୁବିଧା ନାହିଁଯେଉଁଠି ନା ଅଛି ନେଟୱର୍କ, ନା ଉତ୍ତମ ରାସ୍ତାଘାଟ। ବିଦ୍ୟୁତ ଏଠି ବର୍ଷର ଅଧାଦିନ ରହେନାହିଁ। ଏଭଳି ସ୍ଥିତିରେ ନିଜର ସଂଘର୍ଷମୟ ଯାତ୍ରା ଏବଂ ପାଇଥିବା ସଫଳତାର ସତ୍ୟତା ଗଣମାଧ୍ୟମ ଆଗରେ ବଖାଣିଥିଲେ। ତାଙ୍କର ଦରିଦ୍ରତା ଏବଂ ସକଳ ସମସ୍ୟା ମଧ୍ୟରେ ଯେଉଁ କୃତିତ୍ୱ ସେ ପାଇଛନ୍ତି ସେଥିପାଇଁ ନିଜ ପରିବାର, ଆତ୍ମୀୟସ୍ବଜନ, ଅଞ୍ଚଳବାସୀ ଏବଂ ଫୁଲବାଣୀ ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କୁ ପ୍ରମୋଦ ଦଳପତି ଶ୍ରେୟ ଦେଇଛନ୍ତି । ଏହାସହିତ ନିଜ ଗାଁ ଲଙ୍କାଗଡ଼ର ପାଠୁଆ ଯୁବପିଢ଼ିଙ୍କୁ ସେ ଉତ୍ସାହିତ କରିଛନ୍ତି । ଅଞ୍ଚଳର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କଲେ ଆଉ କେତେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇପାରିବ ବୋଲି ପ୍ରମୋଦ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

କନ୍ଧମାଳରୁ ରଙ୍ଗନାଥ ବଡ଼ସେଟଙ୍କ ରିପୋର୍ଟ (ଷ୍ଟାର ନିୟୁଜ ଓଡ଼ିଶା )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User