କାଦୁଅ ପଚପଚ ରାସ୍ତା,ବର୍ଷା ଦିନ ଘରୁ ବାହାରିବା କଷ୍ଟ।

Jul 28, 2025 - 22:18
0 16
କାଦୁଅ ପଚପଚ ରାସ୍ତା,ବର୍ଷା ଦିନ ଘରୁ ବାହାରିବା କଷ୍ଟ।

ଝରିଗାଁ,୨୮l୭ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ହରିଜନ ସାହିରେ ରହୁଥିବା ଲୋକ ମାନେ ପକ୍କା ରାସ୍ତା ନଥିବା ଯୋଗୁଁ ବର୍ଷା ଦିନ ଗୁଡିକରେ ଘରୁ ବାହାରିବା କଷ୍ଟ ହେଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।ସୂଚନା ପ୍ରକାରେ,ବଡ଼ରାମସା ଗ୍ରାମ ସ୍ଥାପନ ସମୟରେ ପ୍ରାୟ ୩୫ ବର୍ଷ ତଳେ କିଛି ହରିଜନ ଲୋକ ବସବାସ କରିବା ପରେ ହରିଜନ ସାହି ସ୍ଥାପନ ହୋଇଥିଲା।ତେବେ ଏହି ସାହିକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଛି।ମନୋରଞ୍ଜନ ବିଶ୍ୱାସଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଥିବା ବେଳେ ସେଠାରୁ ପ୍ରାୟ ଶହେ ମିଟର ଦୂରରେ ହରିଜନ ସାହି ଅବସ୍ଥିତ।ହରିଜନ ସାହିରେ ୨୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ଯାତାୟତ ପାଇଁ ବର୍ଷା ଦିନ ଗୁଡିକରେ ସମସ୍ୟା ଦେଖାଦେଇଛି।ରାସ୍ତାରେ ବର୍ଷା ପାଣି ଜମିବା ସହ କାଦୁଅ ଭର୍ତ୍ତି ହୋଇ ରହୁଛି।ଘରକୁ ଲାଗିକି ରାସ୍ତା ଥିବା ଯୋଗୁଁ ଏପରି ଅବସ୍ଥା ଯେ ସାହି ଲୋକ ଘରୁ ବାହାରିବା କଷ୍ଟ ହେଉଛି।ସେହିପରି ରାସ୍ତାରେ ବର୍ଷା ପାଣି ଜମି ରହୁଥିବା ଯୋଗୁଁ ମଶା ବଂଶ ବୃଦ୍ଧି ହେବା ସହ ଘରେ ରହିବା କଷ୍ଟ ହେଉଛି।ସାହିର କିଛି ଲୋକ ଜ୍ଵରରେ ଆକ୍ରାନ୍ତ ଥିବା ମଧ୍ୟ ସାହି ଲୋକ ଅଭଯୋଗ କରିଛନ୍ତି।ବର୍ଷା ଦିନ ଗୁଡିକରେ ସାହି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସୁନଥିବା ଯୋଗୁଁ ରୋଗୀ ଗର୍ଭବତୀ ମହିଳା ମାନଙ୍କୁ ପିଚୁ ରାସ୍ତା ପର୍ଯ୍ୟନ୍ତ ଚାଲିଚାଲି ଯିବା ପାଇଁ ପଡୁଥିବା କହିଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ମନରଞ୍ଜନ ବିଶ୍ୱାସଙ୍କ ଘର ଠାରୁ ହରିଜନ ସାହିକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ଘରକୁ ଲାଗିଥିବା ରାସ୍ତାକୁ କଂକ୍ରିଟ କରିବା ପାଇଁ ମାଧବ ହରିଜନ, ଖଗପତି ହରିଜନ, ଲାଲମନ ହରିଜନ, ଲଖିଧର ହରିଜନ, କୁମର ହରିଜନ, ବାରୁ ହରିଜନ, ଟିକଚନ୍ଦ ହରିଜନ, ଧନିରାମ ହରିଜନ, ଗଣପତ ହରିଜନ, ଚୈତୁ ହରିଜନ, ଖଗେଶ୍ୱର ହରିଜନ ପ୍ରମୁଖ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User