କୁଇ ଭାଷାର ପ୍ରଚାର ପ୍ରସାର ପାଇଁ ଆଦିବାସୀ ଯୁବକଙ୍କ ପ୍ରୟାସ କୁଇ ଭାଷାରେ ପ୍ରସ୍ତୁତ କଲେ ନୂତନ ବର୍ଣ୍ଣମାଳା।

May 15, 2025 - 07:07
0 156

ଝରିଗାଁ,୧୫l୫(ଷ୍ଟାର ନିୟଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ଲୋକମାନେ ବସତି ସ୍ଥାପନ କରୁଛନ୍ତି।ସେଥିମଧ୍ୟରୁ କନ୍ଧ ସମ୍ପ୍ରଦାୟର ଲୋକ ମାନେ ଅନ୍ୟତମ।ଝରିଗାଁ ବ୍ଲକରେ ପ୍ରାୟ ୪୦ ପ୍ରତିଶତ କାନ୍ଧ ସମ୍ପ୍ରଦାୟର ଲୋକ ରହୁଛନ୍ତି।ଆଧୁନିକ ଯୁଗରେ ନିଜର ସଂକୃତି ପରମ୍ପରା ଓ ଭାଷା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି।ବିଶେଷ କରି ଆଞ୍ଚଳିକ କୁଇ ଭାଷାର କୌଣସି ବର୍ଣ୍ଣମାଳା ନଥିବାର କୁହାଯାଉଛି।ତେଣୁ କୁଇ ଭାଷାର ପ୍ରସାର ପ୍ରଚାର ପ୍ରଚାର ପାଇଁ ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ କରମରୀ ଗ୍ରାମର ମକର ସାନ୍ତାଙ୍କ ପୁଅ ଆଦିବାସୀ ଯୁବକ ଗଙ୍ଗାଧର ସାନ୍ତା ପ୍ରସାୟ ଜାରି ରଖିଛନ୍ତି।ଗଙ୍ଗାଧର ଧୋଡ୍ରା ସ୍ଥିତ ଅଲେଖ ମହିମା କଲେଜରେ ଯୁକ୍ତ ତିନି କଳାରେ ପାଠ ପଢୁଛନ୍ତି।ତାଙ୍କର ବିଭିନ୍ନ ଭାଷାରେ ପାଠ ପଢ଼ିବାର ଅଭ୍ୟାସ ରହିଥିଲା ଏବଂ ବିଭିନ୍ନ ଭାଷାରେ ଲେଖା ପଢା ଅଳ୍ପ ଜାଣନ୍ତି।ତେବେ ନିଜ ଆଞ୍ଚଳିକ କୁଇ ଭାଷାର କୌଣସି ବର୍ଣ୍ଣମାଳା ଥିବା ଯୋଗୁଁ ନଜେ ନୂତନ ଭାବେ କୁଇ ଭାଷାର ବର୍ଣ୍ଣମାଳା କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ।ଦୁଇ ମାସ ମଧ୍ୟରେ ଗଙ୍ଗାଧର କୁଇ ଭାଷାର ନୂତନ ବର୍ଣ୍ଣମାଳା ପ୍ରସ୍ତୁତ କରିଥିବା କହିଛନ୍ତି।ନୂତନ ବର୍ଣ୍ଣମାଳା ପ୍ରସ୍ତୁତ କରିବା ପରେ ଝରିଗାଁ ବ୍ଲକ କନ୍ଧ ସମାଜ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି।ଯଦି କନ୍ଧ ସମାଜ ଆଗ୍ରହ ପ୍ରକାଶ କରି ନୂତନ ବର୍ଣ୍ଣମାଳାକୁ ସ୍ୱୀକୃତି ଦେଲେ କୁଇ ଭାଷାର ପ୍ରସାର ଓ ପ୍ରଚାର ହେବା ସହ ପିଲା ମାନେ କୁଇ ଭଷା କହିବା ସହ ଲେଖିବା ପାଇଁ ସହଜ ହେବ ବୋଲି ଗଙ୍ଗାଧର କହିଛନ୍ତି।ସେହିପରି ନୂତନ ବର୍ଣ୍ଣମାଳା ପ୍ରଚଳିତ ହେଲେ ପରବର୍ତ୍ତୀ ସମୟରେ କୁଇ ଭାଷାରେ ବହି ଏବଂ ପତ୍ରିକା ଛାପିବା ମୋର ପ୍ରଥମ ଲକ୍ଷ ବୋଲି କହିଛନ୍ତି। ବର୍ତ୍ତମାନ ସ୍ଥିତିରେ କନ୍ଧ ସମ୍ପ୍ରଦାୟର ପିଲା ମାନେ ଭୁବନେଶ୍ୱର ଠାରେ ପିଲା ଦିନୁ ପାଠ ପଢ଼ି ନିଜ ଭାଷା ସଂସ୍କୃତି ଓ ପରମ୍ପରା ଭୁଲି ଯାଉଛନ୍ତି।ଏପରିକି ପିଲା ମାନଙ୍କ ଆଚରଣ ଓ ଉଚାରଣ ଦେଖି ଅଧିକାରୀ ମାନେ ଜାତି ପ୍ରମାଣ ପତ୍ର ଦେବା ସମୟରେ ଦ୍ଵନ୍ଦରେ ପଡୁଥିବା କୁହାଯାଉଛି।ତେଣୁ ଯେ କୌଣସି ସମ୍ପ୍ରଦାୟର ପିଲାମାନେ ହୁଅନ୍ତୁ ନିଜର ଭାଷା ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଛି। ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User