କେଗାଁ ମଣ୍ଡଳ ତରଫରୁ ଅପରେସନ ସିନ୍ଦୁରର ଐତିହାସିକ ସଫଳତା ର ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।

Jun 05, 2025 - 10:56
0 19

ଗୋଲାମୁଣ୍ଡା,୫l ୬ ( ଷ୍ଟାରନିୟୁଜ ଓଡିଶା) :ଭାରତ ବର୍ଷର ସମସ୍ତ କୋଣ ଅନୁକୋଣରେ ପହଲଗାଁ ଘଟଣାରେ ଶତ୍ରୁ ଦେଶ ବିଶ୍ଵଦ୍ରୋହି ପାକିସ୍ଥାନକୁ କୁ ହିନ୍ଦୁସ୍ଥାନ ସେନା ପରାସ୍ତ କରି ନିଜର ପରାକ୍ରମର ସାହସିକତା ପରିଚୟ ସାଙ୍ଗକୁ ତ୍ରିରଙ୍ଗା ପତାକାର ବିଜୟବାନା ଉତ୍ସବ ପାଳିତ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ କେଗାଁ ଜୁନ( ୩) ନଂ ର ଲେତେର ପଞ୍ଚାୟତ ଠାରୁ କୁହୁରା ପଞ୍ଚାୟତ, କେଗାଁ ନୁଆ ଗାଁ ପର୍ଯ୍ୟନ୍ତ ଶେଷ ଯାତ୍ରାର ଭାରତ ବିଜୟ ଅପରେସନ ସିନ୍ଦୁର ଐତିହାସିକ ସଫଳତା ଭାରତୀୟ ସେନାବାହିନୀର ସାହସିକତାର ପରାକାଷ୍ଠା ବିଜୟ ମୁକୁଟର ସମ୍ମାନ ପାଇଁ ଆଜି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ । ମୁଖ୍ୟ ଅତିଥି ଶ୍ରୀମାନ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ସମ୍ମାନୀୟ ଅତିଥି ଶ୍ରୀମାନ ମନୋଜ ମେହେର ଓ ଗୋଲାମୁଣ୍ଡା ବ୍ଲକ୍ ଅଧକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଓ ଟଙ୍କଧର, ଜୟନ୍ତ ସିଂହ ଙ୍କ ନେତୃତ୍ଵରେ ଜାତି ବର୍ଣ୍ଣ ନିର୍ବିଶେଷରେ ଅଞ୍ଚଳର ସମସ୍ତ ଦେଶପ୍ରେମୀ ତଥା ବିଜେପିର ଶତାଧିକ ସଦସ୍ୟ ମାନଙ୍କୁ ଜାମ୍ମୁ,କାଶ୍ମୀରର ପହଲଗାମ ରେ ୨୭ ଜଣ ନିର୍ଦ୍ଦୋଷ ନାଗରିକ ଙ୍କ ନିର୍ମମ ହତ୍ୟା ଉପରେ ନୀରବ ପ୍ରାର୍ଥନା କରିବା ସହିତ ଭାରତୀୟ ସେନାବାହିନୀର ସାହସିକତା ୮୭ ଘଣ୍ଟାର ଯୁଦ୍ଧ ଭିତରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରେ ସେନାବାହିନୀର ସାହାସୀକତା ନିର୍ଭୀକତା ନୂଆଁ ଭାରତର ବିଜୟର ଶଙ୍ଖ ନାଦ କୁ ସମ୍ମାନ ସହିତ ପାଳନ କରି ଆଜି ସିନ୍ଦୁର ସଫଳତା ବିଜୟ ତ୍ରୀରଙ୍ଗା ର ଶୋଭାଯାତ୍ରା ଟିକୁ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପରୁକ୍ତ ଜନସେବକ ମାନଙ୍କ ଦ୍ଵାରା କେଗାଁ ୩ ନଂ ର ସମସ୍ତ ବିଜେପି କାର୍ଯ୍ୟ କର୍ତ୍ତା ସାଙ୍ଗକୁ ଅଞ୍ଚଳର ଶତାଧିକ ଦେଶପ୍ରେମୀ ସାଧାରଣ ଜନତା ତ୍ରିରଙ୍ଗା ବିଜୟ ଯାତ୍ରାରେ ସାମିଲ ହୋଇ ଶୋଭା ଯାତ୍ରାଟିକୁ ସଫଳ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User