ଗାଁ ସାଥିରେ ପୁନଃ ନିଯୁକ୍ତି ହେଲେ ଇଚ୍ଛାପୁର ପଞ୍ଚାୟତ ର ୨ ଗାଁ ସାଥି ।

Jun 05, 2025 - 10:59
0 142

ଝରିଗାଁ,୫l୬ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ରେ ମେଟ (ଗାଁସାଥି) ରେ ପୁନଃ ନିଯୁକ୍ତି ହେଲେ ୨ ଗାଁ ସାଥି ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ । ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ୨ ମେଟ ( ଗାଁ ସାଥି) କୁ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକ କାର୍ଯ୍ୟାଳୟ ରେ ଝରିଗାଁ ବିଡିଓ ମଧୁସୂଦନ ମାଝୀ ଏବଂ ଇଛାପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିଲାଲ ସାହୁ ପୁନଃ ନିଯୁକ୍ତି ଆଦେଶ ପତ୍ର ପ୍ରଦାନ କରିଛନ୍ତି।ପୂର୍ବରୁ ଇଚ୍ଛାପୁର ଗାଁ ପାଇଁ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଗାଁ ସାଥି ଭାବେ ଚୟନ ହୋଇ କାର୍ଯ୍ୟ କରି ଆସୁଥିଲେ କିନ୍ତୁ 2022 ରେ ଦୁଇ ଜଣ କାର୍ଯ୍ୟରତ ମେଟ ଙ୍କୁ ଇଚ୍ଛାପୁର ଗ୍ରାମପଞ୍ଚାୟତ ସରପଞ୍ଚ ହଟାଇ ଦେଇ ଅନ୍ୟ ୨ ଜଣ ଙ୍କୁ ମେଟ ଭାବେ ନିଯୁକ୍ତି କରିଥିଲେ। ହେଲେ ବିନା କାରଣ ରେ କାର୍ଯ୍ୟରତ ମେଟ ଙ୍କୁ ହଟାଇବା ଥିବାରୁ ୨ ଜଣ ମେଟ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଏନେଇ ଉଚ୍ଚତମ ନ୍ୟାୟଳୟ ର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚତମ ନ୍ୟାୟଳୟ ଆଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟରେ ହଟାଇଥିବା ୨ଜଣ ମେଟ କୁ ପୁନଃ କାର୍ଯ୍ୟ ରେ ନିଯୁକ୍ତି କରିବା ପାଇଁ ଆଦେଶ ଦେବା ପରେ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଙ୍କୁ ପୁନଃ ମେଟ କାର୍ଯ୍ୟ କରିବା ପାଇଁ ପତ୍ର ଦିଆଯାଇଛି ଏବଂ ନିଯୁକ୍ତି ହୋଇଥିବା ୨ଜଣ ମେଟ କମଳସାଏ ପୂଜାରୀ ଏବଂ ଶ୍ୟାମ ମାଝୀ ଙ୍କୁ ଇଚ୍ଛାପୁର ମେଟ ପଦରୁ ହଟାଇ ଦିଆଯାଇଛି। ତେବେ ବିନା କାରଣ ରୁ ରାଜନୀତି କରଣ କରି ଅନ୍ୟାୟ ଭାବେ ମେଟ କାର୍ଯ୍ୟ ରୁ ହଟାଇ ଦିଆଯାଇଥିଲା ଏବେ ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ପୁନଃ ନିଯୁକ୍ତି ହୋଇଥିବା ୨ଜଣ ମେଟ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User