କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର।

Jun 15, 2025 - 21:58
0 28

ଗୋଲାମୁଣ୍ଡା/ତା :୧୫/୦୬(ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା  ଅନ୍ତର୍ଗତ  କେନ୍ଦୁପାଣି ଗ୍ରାମ ର ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ଥିବା ସୁଚନା ମିଳିଛି,ସୂଚନା ମୁତାବକ ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା କେନ୍ଦୁପାଣି ଗ୍ରାମର  ସିଙ୍ଗଲ ମାଝୀଙ୍କୁ ଆଜି ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ସୀଙ୍ଗଲ ମାଝୀ ଆଜି ରବିବାର  ଦିନ ୧୦ଟା ସମୟରେ  ନିକଟରେ ଥିବା ଜଙ୍ଗଲ କୁ ଯାଉଥିବା ବେଳେ  ଭାଲୁ ହଠାତ ଅତର୍କିତ ଭାବେ ଭାଲୁ ଆସି ଆକ୍ରମଣ କରିଥିଳା । ଭାଲୁଟି ସିଙ୍ଗଲ ମାଝୀ ଙ୍କ ଡାହାଣ ଗୋଡ଼ ରେ ଆକ୍ରମଣ କରିଥିଲା।  ଏହି ସମୟରେ ସିଙ୍ଗଲ ମାଝୀ  ଚିତ୍କାର  କରିବାରୁ ସ୍ଥାନୀୟ ଲୋକମାନେ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ ରୁ ସିଙ୍ଗଲ  ମାଝୀ ଙ୍କୁ ଉଦ୍ଧାର କରିଥିଲେ, ଏହା ପରେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଉପଖଣ୍ଡ  ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ସେ ଜଣେ ଗରୀବ ଶ୍ରେଣୀୟର ଅଟେ ,ଏହି ସଂପର୍କରେ ଗୋଲାମୁଣ୍ଡା ସରପଞ୍ଚ ପୁରୋଷୋମତମ ରାଉତ ମଧ୍ୟ ଖବର ପାଇ ଦୁଃଖ ପ୍ରକାଶ କରି ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ  ଓ ଗ୍ରାମ ବାସୀ ମଧ୍ଯ ଅନୋରୋଧ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ  ଚରଣ ସ୍ଵାଇଁ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User