କେନ୍ଦ୍ର ୧୧ ଆଉ ରାଜ୍ୟ ସରକାରଙ୍କ ୧ ବର୍ଷ ପୁର୍ତ୍ତି ସୁଶାସନ କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଙ୍କ ସାମ୍ବାଦିକ ସମ୍ମିଳନୀ।

Jun 11, 2025 - 21:42
0 22

କଳାହାଣ୍ଡି ,୧୧l୬(ଷ୍ଟାରନିୟୁଜ ଓଡିଶା): ଭବାନୀପାଟଣା ସ୍ଥିତ ସର୍କିଟହାଉସ ଠାରେ ସେବା ଓ ସୁଶାସନ ଗରିବ କଲ୍ୟାଣରେ ମୋଦୀ ସରକାର ଙ୍କ ୧୧ବର୍ଷ ଓ ମୋହନ ସରକାର ଙ୍କ ବର୍ଷ ପୁର୍ତ୍ତି ରେ ସରକାର ଙ୍କ ଉପଲବ୍ଧି କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଯାହା ନିର୍ବାଚନ ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ ତାହା ସରକାର ଅଧାରୁ ଅଧିକ ପୂରଣ କରିଛି,ଭାରତ ବର୍ଷରେ ଅତି ଗରିବଙ୍କ ସଂଖ୍ୟା ୨୭ କୋଟି କମ ହୋଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଛି।ଦିନ ଦୟାଲ ଉପାଧ୍ୟୟ ବିଦୁତିକରଣ ଯୋଜନାରେ ବିଜୁଳି, ହର ଘର ଜଳ ଯୋଜନାରେ ଘରକୁ ପାନୀୟ ଜଳ , ସ୍ୱଚ୍ଛ ଭାରତ ରେ ଶୌଚାଳୟ,ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତ ୮୦ କୋଟି ଜନତା ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ବୋଲି ଶ୍ରୀ ମହଲିଙ୍ଗ ପ୍ରକାଶ କରିଛନ୍ତି ।ସେହିପରି ପିଏମ କିଷାନ ରେ ବାର୍ଷିକ ୧୦ହଜାର ଟଙ୍କା ଚାଷୀଙ୍କ ଖାତା ଯାଇଛି ।ଓଡିଶା ରେ ଡବଲ ଇଂଜିନ୍ ସରକାର ଦେଇଥିବା ସଂକଳ୍ପର୨୧ ଟି ରୁ ୧୧ ଟି କାର୍ଯ୍ୟକାରୀ ହୋଇଛି।୭ ଟି କାର୍ଯ୍ୟ ଆରମ୍ଭ ହୋଇଛି ।ଓଡ଼ିଶାରେ ରବି ଓ ଖରିଫ ଧାନ ର ୮୦୦ ଟଙ୍କା ସବସିଡି ସହ ଧାନ କଇଣ୍ଟାଲ ୩୧୦୦ ଟଙ୍କାରେ କିଣା ଯାଉଛି ଏହା ସହ ଓଡ଼ିଶାରେ ପ୍ରତ୍ୟେକ ସବଡିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ।ସମାଜ ର କୋଣର ଲୋକଙ୍କ ପାଖରେ ଅନ୍ତୋଦୟଗୃହ ଯୋଜନା ରେ ଘର ଯୋଗାଇ ଦିଆଯିବା ସହ ବିକଶିତ ଗିଁ ଯୋଜନା ୫୦୦୦ କୋଟି ଖର୍ଚ୍ଚ କରିବାର ଯୋଜନା ରହିଛି।ସୁଭଦ୍ରା ଯୋଜନାରେ ବର୍ଷ କୁ୧୦ ହଜାର ଟଙ୍କା ,୧କୋଟିରୁ ଅଧିକ ମହିଳାଙ୍କୁ ଙ୍କୁ ପ୍ରଥମ କିସ୍ତି ଦିଅ ଯାଇଛି। ଓଡ଼ିଶାର ୧୭ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ସେହିପରି ଓଡ଼ିଶାରେ ନୂତନ ଶିକ୍ଷା ନୀତି 2020 ଲାଗୁ ହୋଇଛି ।କଳାହାଣ୍ଡି ଜିଲ୍ଲାବାସୀ ଙ୍କ ପାଇଁ ଖୁସି ଖବର ୩୬୦୦ କୋଟି ବ୍ୟୟ ଅଟକଳ ରେ ୬୦୦ ମେଗା ପାଓ୍ବାର ପ୍ଳାଣ୍ଟ ପାଇଁ ସରକାର ଯୋଜନା କରିସାରିଛନ୍ତି, ଇନ୍ଦ୍ରାବତୀ ର ବାମ କେନାଲ ୫୨ କିଲୋମିଟର ସମ୍ପ୍ରସାରଣ କରାଯିବ ଯାହା ଦ୍ୱାରା ଆହୁରି ୧୦ହଜାର ହେକ୍ଟର ଜମି ଜଳ ସେଚିତ ହେବ।ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଶୀ , ରାଜ୍ୟସଭା ସାଂସଦ ସୁଜିତ ସେଠ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User