ଗଞ୍ଜେଇ ଭର୍ତି କାର ଜବତ I ଦୁଇ ଗଞ୍ଜେଇ ମାଫିଆ ଗିରଫ I

Aug 18, 2025 - 18:44
Updated: 1 year ago
0 361
ଗଞ୍ଜେଇ ଭର୍ତି କାର ଜବତ I ଦୁଇ ଗଞ୍ଜେଇ ମାଫିଆ ଗିରଫ I

ରିପୋର୍ଟ. ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ)

ଫିରିଙ୍ଗିଆ,୧୮l୮(ଷ୍ଟାର ନିୟୁଜ) : କିଛିଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ ଦାମୀ କାର ସହ ଚାଳିଛି କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହେବା ସହ ଦୁଇଜଣ ଗଞ୍ଜେଇ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ସୂଚନା ଅନୁସାରେ ଗୋଛାପଡା ଅଂଚଳରୁ ଭାୟା ମାଝିପଡ଼ା ଦେଇ ରାଜଧାନୀ ଭୁବନେଶର କୁ ଏକ କାର ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ଏକ ବିଶେଷ ସୂତ୍ର ରୁ ଫିରିଙ୍ଗିଆ ପୋଲିସ କୁ ଖବର ମିଳିଥିଲା I ସୂଚନା ମିଳିବା ପରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦିପକ କୁମାର ରାଉତ ଙ୍କ ସହ ଏକ ଟିମ ଫିରିଙ୍ଗିଆ ଠାରୁ ଗୋଛାପଡା ଯାଇଥିବା ମୁଖ୍ୟ ରାସ୍ତାର ମାଝିପଡ଼ା ଘାଟି ନିକଟରେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲେ I ପେଟ୍ରୋଲିଙ୍ଗ କରୁଥିବା ସମୟରେ ଉକ୍ତ ଗାଡିଟି ଦ୍ରୁତ ଗତିରେ ଆସିଥିଲା ପରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିରୁ ଦୁଇଟି ଗଞ୍ଜେଇ ଭର୍ତି ବସ୍ତା ବାହାରିଥିଲା I ପରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିଲା I ସେପଟେ ଏହି ଘଟଣାରେ ଦୁଇଜଣ ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟ୍ୟରେ ଜଣେ ଫୁଲବାଣୀ ସଦର ଥାନା ଅଧୀନରେ ଥିବା ତାଳପଡା ପଞ୍ଚାୟତ ର ଡୁମୁରୀଗୁଡା ଗାଁ ର ପଙ୍କଜ ପ୍ରଧାନ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ସେହି ସଦର ଥାନା ଅଧୀନରେ ଥିବା ଭଟାଲପଦର ଗାଁ ର ବିକ୍ରମ ମହାକୁଡ଼ ବୋଲି ଜଣାପଡିଛି I ସେପଟେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୯୬/୨୦୨୫ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଗଞ୍ଜେଇ ଚାଲାଣ କାରି ମାନଙ୍କୁ ଫୁଲବାଣୀ ରେ ଥିବା ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ଡ଼ିଏସପି ଗୋପୀନାଥ ପ୍ରଧାନ I 

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User