ଯାଦବ ପରିବାର କଳାହାଣ୍ଡି ତରଫରୁ ନନ୍ଦ ଉତ୍ସବ ପାଳନ

Aug 17, 2025 - 17:56
Updated: 1 year ago
0 43
ଯାଦବ ପରିବାର କଳାହାଣ୍ଡି ତରଫରୁ ନନ୍ଦ ଉତ୍ସବ ପାଳନ

ଭବାନୀପାଟଣା :  ତା 16 ଅଗଷ୍ଟ ସନ୍ଧ୍ୟା  ( ଷ୍ଟାର ନିୟୁଜ ଓଡିଶା )8.00 ଘଣ୍ଟା ସମୟରେ ଯାଦବ ପରିବାର କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ନନ୍ଦ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ଫେନ୍ସି ଡ୍ରେସ,ଭଜନ ସଂନ୍ଧ୍ୟା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁନି କଳାକାରଙ୍କୁ ମାନ୍ୟବର ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ସହ ସଂସ୍କୃତି,ସାହିତ୍ୟ ଓ କଳା ପ୍ରତି ନୂତନ ପିଢିର ଆଗ୍ରହକୁ ଉତ୍ସାହିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ  ପାଞ୍ଚଶହରୁ ଉର୍ଦ୍ଧ ଶ୍ରୀକୃଷ୍ଣ ପ୍ରେମୀ ଉଭୟ ମହିଳା ଛାତ୍ର ଓ ଯୁବକ ଯାଦବଗଣ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଯୁକ୍ତା ବେହେରା,ପୂର୍ବତନ ଅଧ୍ୟକ୍ଷା,ଭବାନୀପାଟଣା ପୌରପାଳିକା ତଥା ରାଜ୍ୟ ମହିଳା ସଭାନେତ୍ରୀ,ଉତ୍କଳ ଯାଦବ ମହାସଭା, ସମ୍ମାନିତ ଅତିଥି ରୁପେ ଯୁଗଳ ପୋଢ଼, ଜିଲ୍ଲା ସଭାପତି,ବିଜେପି, ଜଗଦୀଶ ଯାଦବ, ଜିଲ୍ଲା ସଭାପତି,ସମାଜ ବାଦୀ ପାର୍ଟି,ବରିଷ୍ଠ ସଂଗଠକ ନଳିନୀ ରାଉତ,ବରିଷ୍ଠ ଆଇନଜୀବୀ କୀର୍ତ୍ତନ ନାଏକ,ବିଶିଷ୍ଠ କଳାକାର ଜଜାତି ନାୟକ,ଆଇନଜୀବୀ ସାଗର ରାଉତ, ଭବାନୀପାଟଣା ସହର ଯାଦବ ସମିତି ସଂପାଦକ ସତ୍ୟନାରାୟଣ ବିଶି, ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ, କୀର୍ତ୍ତି ଚନ୍ଦ୍ରଗୌଡ଼ ପ୍ରମୁଖ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସର୍ପ ଧରାଳି ନିଖିଳ ସାହୁ ଓ ଅହରହ ଗୋ-ସେବା ରେ ନିଜକୁ ନିୟୋଜିତ କରୁଥିବା 'ସହାୟତା' ସଂଗଠନର ସମସ୍ତ ସଦସ୍ୟ ଙ୍କୁ ସେବାରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଯାଦବ ପରିବାର, କଳାହାଣ୍ଡି ପକ୍ଷରୁ ଯୁବ ସଂଗଠକ ଜିତୁ ରାଉତ, ସିଦ୍ଧାର୍ଥ ନାଏକ, ରାଧେ ରାଉତ, ଆଦିତ୍ୟ ନାଗ, କାଲେଶ୍ୱର ଚଣ୍ଡୀ, ଦୀପକ ଗୌଡ଼, ରୋଶନ ରାଉତ ଓ ଦୁଷ୍ମନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓ ସୁନୀଲ ଗହୀର ମଞ୍ଚ ପରିଚାଳନା କରିଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User