ଗାଁ ଦାଣ୍ଡରେ ବର୍ଷା ବୁନ୍ଦେ ପଡିଲେ ସମୁଦ୍ର ଲହଡ଼ି ଭାଙ୍ଗେ।ମଶା ଘର କରୁଛି, ମ୍ୟାଲେରିଆ ଭୟ ଘାରୁଛି।

Jun 28, 2025 - 15:38
0 35
ଗାଁ ଦାଣ୍ଡରେ ବର୍ଷା ବୁନ୍ଦେ ପଡିଲେ ସମୁଦ୍ର ଲହଡ଼ି ଭାଙ୍ଗେ।ମଶା ଘର କରୁଛି, ମ୍ୟାଲେରିଆ ଭୟ ଘାରୁଛି।

କଳାହାଣ୍ଡି ଜିଲ୍ଲା ତା :୨୭/୦୬(ଷ୍ଟାରନିୟୁଜ ଓଡିଶା )ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଛେଲିଆମାଲ ଗ୍ରାମପଞ୍ଚାୟତର ପରିଆ ଗାଁ ର ଚିତ୍ର ଭଲ କରି ଦେଖନ୍ତୁ ଏ ଦୃଶ୍ୟ।ଟିକିଏ ବର୍ଷା ପଡିଲେ ଗାଁ ଦାଣ୍ଡରେ ଲହଡ଼ି ଖେଲୁଛି।ସେତିକି ରେ କଥା ସରିନାହିଁ ଏହି ରାସ୍ତା ଦେଇ ନଦୀ କୁ ନିତ୍ୟକର୍ମ ପାଇଁ ପ୍ରତ୍ୟେକ ଦିନ ଯାତାୟାତ ସହ ଚାଷ କାମ, ଛାତ୍ରଛାତ୍ରୀଙ୍କ ସ୍କୁଲ ମଧ୍ୟ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ ଗ୍ରାମବାସୀ ଙ୍କୁ, ଏ ସମସ୍ୟା ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ଆଉ ଜିଲ୍ଲାପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଏହି ସମସ୍ୟା ଯୋଗୁଁ ମଶା ବଂଶ ବିସ୍ତାର କରିବାରେ ସହଜ ହେଉଛି।ହେଲେ ଯେଉଁ ପ୍ରଶାସନ ସଚେତନ କରିବା କଥା ସେହି ପ୍ରଶାସନ ଅସଚେତନ ହୋଇ ପଡିଛି।କାହାକୁ ଗୁହାରି କରିବେ ଗ୍ରାମବାସୀ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User