ଫିରିଙ୍ଗିଆ ରେ ଧୁମଧାମ ରେ ପାଳିତ ହେଲା ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରା l

Jun 28, 2025 - 12:45
0 158
ଫିରିଙ୍ଗିଆ ରେ ଧୁମଧାମ ରେ ପାଳିତ ହେଲା ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରା l

ଫିରିଙ୍ଗିଆ,୨୭l୬(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଶଙ୍ଖ କ୍ଷେତ୍ର ରେ ଆଜି ଧୁମ ଧାମ ରେ ଘୋଷ ଯାତ୍ରା ବା ଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି l ଫିରିଙ୍ଗିଆ ଜଗନ୍ନାଥ ମନ୍ଦିର ରେ ଯଥା ଵିଧି ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଙ୍କ ପହଣ୍ଡି କାର୍ଯ୍ୟକ୍ରମ ପରେ ରଥାରୁଢ଼ କରି ରଥ ଟଣା ଆରମ୍ଭ ହୋଇଥିଲା l ଦିନ ତିନି ଟାରୁ ବିଭିନ୍ନ ଘଣ୍ଟ ବାଦ୍ୟ ଖୋଳ କୀର୍ତ୍ତନ ସହ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥ ଟାଣିଥିଲେ ଭକ୍ତ ମାନେ l ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷ ମିନାବଜାର ସହ ବିଭିନ୍ନ ସାଜ ସଜା ସହ ନୂତନ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଅଧିକ ଗହଳି ଲାଗିରହିଥିଲା l ରଥଯାତ୍ରା କମିଟି ସହ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରା ଙ୍କ ସହ ସମସ୍ତ କମିଟି ସଦସ୍ୟ ଏବଂ ଅଞ୍ଚଳ ବାସୀ ଙ୍କ ସହଯୋଗରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ସାତଟା ରେ ଗୁଣ୍ଡିଚା ମନ୍ଦିର ରେ ରଥ ପହଞ୍ଚିଥିଲା ପରେ ରଥରୁ ଚତୁର୍ଥା ମୂରତି ଙ୍କୁ ଭ୍ରାହ୍ମଣ ସେବାୟତ ମାନେ ପହଣ୍ଡି କରି ଗୁଣ୍ଡିଚା ମନ୍ଦିର କୁ ମହା ଆଡମ୍ବର ରେ ନେଇଥିଲେ l ଭିଡ଼ ଓ ଶୃଙ୍ଖଳା ଦୃଷ୍ଟିରୁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱ ରେ ପୋଲିସ ଆଇ ଆର ବି ଜବାନ ବିଭିନ୍ନ ଛକ ମାନଙ୍କରେ ଜଗି ରହି ଶୃଙ୍ଖଲା କୁ ନିୟନ୍ତ୍ରଣ କରିଥିଲେ I ଅନ୍ୟପଟେ ଯାତ୍ରା ଟି ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ସହ ଯାତ୍ରା କମିଟି ର ସଭାପତି ସମ୍ପାଦକ , ମହାରଣା ସେବାୟତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ)

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User