ତୁମୁଡିବନ୍ଧ ରେ ନିଆରା ଢଙ୍ଗରେ ରଥଯାତ୍ରା ଆୟୋଜିତ।

Jun 28, 2025 - 10:34
 0  9
ତୁମୁଡିବନ୍ଧ ରେ ନିଆରା ଢଙ୍ଗରେ ରଥଯାତ୍ରା ଆୟୋଜିତ।

କନ୍ଧମାଳ ଜିଲ୍ଲା, ତା:୨୭/୦୬(ଷ୍ଟାରନିୟୁଜ ଓଡିଶା)ତୁମୁଡିବନ୍ଧ  ରେ ନିଆରା ଢଙ୍ଗରେ ରଥଯାତ୍ରା ଆୟୋଜନ କରାଯାଇଛି। ଯଦିଓ ବହୁତ ବର୍ଷ ହେଲା ଏଠାରେ ଭକ୍ତ ମାନେ ରଥଯାତ୍ରା ଆୟୋଜନ କରି ଆସୁଛନ୍ତି ତେବେ ଚଳିତ ବର୍ଷ ଏକ ସୁନ୍ଦର ଭାବରେ ରଥ କୁ  ଛେରା ପହଁରା, ରଥଟଣା ସମସ୍ତ ନିତିକନ୍ତି ସହ ରଥଯାତ୍ରା ଆୟୋଜନ କରାଯାଇଛି। ଏହି ରଥଯାତ୍ରାରେ ଜିଲ୍ଲା ପ୍ରଶାସନ ସମେତ ସହରର ବିଭିନ୍ନ ସାମାଜିକ ସଂଗଠନ ବ୍ରାହ୍ମଣ ସମାଜ ତୁମୁଡିବନ୍ଧ, ବରିଷ୍ଠ ନାଗରିକ ,  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ଅଞ୍ଚଳର ଜନସାଧାରଣଙ୍କୁ ଏଥିରେ ସାମିଲ କରି ମହା ଆଡ଼ମ୍ବରରେ ରଥଯାତ୍ରା ଜମିଟି ପକ୍ଷରୁ ଏହି ଭବ୍ୟ ରଥଯାତ୍ରା ତୁମୁଡିବନ୍ଧ ରଥଯାତ୍ରା କମିଟି   ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା।   ମୁଖ୍ୟ ମାର୍କେଟ ଜଗନାଥ ମନ୍ଦିର ରୁ ଆମ୍ବେଦକର  ଛକ  ମା ମାଉସି ମନ୍ଦିର ଯାଏଁ  ଥାନା ଭାର ପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ଓ ପୋଲିସ ଯବାନ  ଶ୍ରଦ୍ଧାଳୁ  ମାନଙ୍କ ସହିତ ରହି ଶାନ୍ତି ଶୃଙ୍ଖଳାଦେଇ ଥିବାରୁ  ଭକ୍ତମାନେ ଉତ୍ସାହର ସହ ରଥ ଟାଣି ଥିଲେ,  ଚତୁର୍ଦ୍ଧା ମୂର୍ତ୍ତି ନଅ ଦିନ ଅବସ୍ଥାନ କଲାପରେ ଜୁଲାଇ ପାଞ୍ଚ ତାରିଖରେ ବାହୁଡା଼ ରଥଯାତ୍ରା ଆୟୋଜନ ହେବ ଓ ତା ପରଦିନ ରଥରେ ସୁନାବେଶ ଆୟୋଜନ କରାଯିବ ବୋଲି ଜଗନାଥ ପରିଚାଳନା କମିଟି ସୂଚନା ଦେଇଛନ୍ତି। ରଥଯାତ୍ରାରେ ଏତେ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ଦେଖି  ତୁମୁଡିବନ୍ଧ ରଥଯାତ୍ରା  ପରିଚାଳନା  ସଭାପତି ଲଷ୍ମୀଧର ସାହୁ, ସମ୍ପାଦକ ପଞ୍ଚାନନ ଗୌଡ଼, କୋଷାଧକ୍ଷ ତ୍ରିନାଥ ସାହୁ, ମାନକୃଷ୍ଣ ପାଡ଼ି, ନୀଳାଞ୍ଚଳ ପାଡ଼ି, ଉପେନ୍ଦ୍ର ମହାପାତ୍ର, ପଙ୍କଜ ପଣ୍ଡା ଏବଂ ଜଗନାଥ ମନ୍ଦିର ପୂଜାରୀ ବୁଲୁ ମିଶ୍ର  ରଥଯାତ୍ରା କମିଟି ଏହା ଦେଖି  ଭାବବିହ୍ବଳ ହୋଇଥିଲେ। ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜମିଟି ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏକ ଆଧ୍ୟାତ୍ମକ ପରିବେଶ ମଧ୍ୟରେ ନିଆରା ଢଙ୍ଗରେ ତୁମୁଡିବନ୍ଧ ରଥଯାତ୍ରା ଆୟୋଜନ କମିଟିକୁ  ସମସ୍ତେ ପ୍ରଶଂସା କରିଥିଲେ।

ତୁମୁଡିବନ୍ଧ ରୁ  ସ୍ପେଶାଲ ରିପୋର୍ଟର ରଙ୍ଗନାଥ ବଡ଼ସେଠ  ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow