ଗୋଛା ପଡା ପୁଲିସ ପକ୍ଷରୁ ଗଞ୍ଜେଇ କଟା ଅଭିଯାନ, ସାମିଲ ହେଲେ କନ୍ଧମାଳ ଏସପି l

Dec 02, 2025 - 21:12
Updated: 9 months ago
0 20
ଗୋଛା ପଡା ପୁଲିସ ପକ୍ଷରୁ ଗଞ୍ଜେଇ କଟା ଅଭିଯାନ, ସାମିଲ ହେଲେ କନ୍ଧମାଳ ଏସପି l

ଫିରିଙ୍ଗିଆ, ୨l୧୨(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ପୁଲିସ ମୁଖିଆ ଙ୍କ ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ ଚାଷ କୁ ସମ୍ପୂର୍ଣ୍ଣ ନଷ୍ଟ ଅଭିଯାନ ଚାଲୁ ରହିଥିବା ବେଳେ ଜିଲ୍ଲାର ଗୋଛା ପଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି l ଆଜି ଗୋଛା ପଡା ଥାନା ଅଧୀନ ପାହିରେଜୁ ପଞ୍ଚାୟତ ର କୁସୁପାଜୁ, ଅଡାବାଲି, ଡେପାକୁପା, ଗାଁର ଜଙ୍ଗଲ ଏରିଆରେ ବେ ଆଇନ ଭାବରେ ଲାଗିଥିବା ପ୍ରାୟ ୧୪୭ ଏକର ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛି ଗୋଚ୍ଛାପଡା ପୁଲିସ l ଆଜି ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ର ସପ୍ତମ ଦିନରେ କନ୍ଧମାଳ ଏସପି ହରିଶ ବିଶି ନିଜେ ପାହିରେଜୁ ପଞ୍ଚାୟତ ର ଗଞ୍ଜେଇ କଟା ଯାଉଥିବା ଅଞ୍ଚଳ କୁ ଯାଇ ଗଞ୍ଜେଇ କଟା ରେ ସାମିଲ ହେବା ସହ ଗଞ୍ଜେଇ କଟା ଅଭିଯାନ କୁ ଜାରି ରଖି ବେଆଇନ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପୁଲିସ ସହ ଅବକାରୀ ବିଭାଗ, ବନ ବିଭାଗ ଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଅଞ୍ଚଳ ରେ ଗଞ୍ଜେଇ ଚାଷ ରୁ ନିବୃତ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ ଗଞ୍ଜେଇ ଚାଷ କରୁଥିବା ରୁ ଏହା ବେ ଆଇନ ହୋଇଥିବାରୁ ଆବଶ୍ୟକ ପଡିଲେ ଚାଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ହରିଶ ବିଶି l ନଭେମ୍ବର ଚାରି ତାରିଖ ରୁ ଆରମ୍ଭ ହୋଇଥିବା ଏହି ଗଞ୍ଜେଇ କଟା ଅଭିଯାନ ବର୍ତମାନ ସୁଦ୍ଧା ପ୍ରାୟ ୪ ହଜାର ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଏହି ଗଞ୍ଜେଇ କଟା ଅଭିଯାନ ଜାରି ରହିବା ସହ ଆବଶ୍ୟକ ପଡିଲେ ଡ୍ରନ ବ୍ୟବହାର କରିବା ସହ ସମ୍ପୂର୍ଣ୍ଣ ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି କହିଛନ୍ତି l ଅନ୍ୟପଟେ ଗଞ୍ଜେଇ ଚାଷୀ ମାନେ ଏହି ବେ ଆଇନ ଗଞ୍ଜେଇ ଚାଷ ରୁ ନିବୃତ ନ ରହିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷୀ ବେଆଇନ ଗଞ୍ଜେଇ ଚାଷ ଛାଡି ଅନ୍ୟ ଚାଷ ଆପଣେଇବାକୁ ନିବେଦନ କରିଛନ୍ତି l ଏହି ଗଞ୍ଜେଇ କଟା କୁ ନେଇଁ ଗୋଛା ପଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କନ୍ଧମାଳ ଏସପି ହରିଶ ବିଶି ଙ୍କ ସହ ଏସ ଡି ପିଓ ପି ଶୁଭ୍ରଜିତ ବିଶ୍ୱାଳ, ଗୋଚ୍ଛାପଡା ଥାନା ଅଧିକାରୀ ଚିରଞ୍ଜିବି ବେହେରା, ଅବକାରୀ ଅଧିକାରୀ, ବନ ବିଭାଗ ଓ ଶ୍ରମିକ ମାନେ ସାମିଲ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ଓ ଯବାନ ସାମିଲ ହୋଇଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User