ଗୋଲାମୁଣ୍ଡାରେ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ୨୮୨ ଜଣଙ୍କ ପଞ୍ଜିକରଣ

Feb 15, 2026 - 19:55
0 27
ଗୋଲାମୁଣ୍ଡାରେ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ୨୮୨ ଜଣଙ୍କ ପଞ୍ଜିକରଣ

ଗୋଲାମୁଣ୍ଡା , ତା. ୧୫/୦୨ (ଷ୍ଟାର ନିୟୁଜ ଓଡିଶା): ଗୋଲାମୁଣ୍ଡା ବ୍ଲକରେ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁକ, ବଧିର, କାନ ଓ ଆଖି ସମସ୍ୟାରେ ପୀଡ଼ିତ ଏବଂ ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହ ହାତ-ଗୋଡ଼ ବିହୀନ ଲୋକମାନଙ୍କ ପାଇଁ ଅତ୍ୟାଧୁନିକ ପୁନର୍ବାସ ବ୍ୟବସ୍ଥା ନେଇ ବିଶେଷ ସୁବିଧା ଯୋଗାଇ ଦିଆଯାଇଥିଲା।
ମାଗଣାରେ କୃତ୍ରିମ ହାତ-ଗୋଡ଼ ସଂଯୋଜନ ପାଇଁ ୨୮ ଜଣ ଆବେଦନ କରିଥିବା ବେଳେ, ସର୍ବମୋଟ ୨୮୨ ଜଣ ଭିନ୍ନକ୍ଷମ ବ୍ୟକ୍ତି ଶିବିରରେ ପଞ୍ଜିକରଣ କରିଥିଲେ। ତୁରନ୍ତ ସ୍ଥଳରେ ଅନେକଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ସହିତ ଟ୍ରେନ ଓ ବସ ପାସ ପ୍ରଦାନ କରାଯାଇଥିଲା।
ଶିବିରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀ ତ୍ରିପୁର ମହାନନ୍ଦ, ସରପଞ୍ଚ ଶ୍ରୀମତୀ ପିଙ୍କି ତାଣ୍ଡି, ସମିତି ସଭ୍ୟା ଶ୍ରୀମତୀ ମିନା ମହାନନ୍ଦ, ବିଏସଏସଓ ଶ୍ରୀ ଚନ୍ଦ୍ରହାସ୍ୟ ବିହାରୀ, ଶ୍ରୀ ବୈକୁଣ୍ଠ ବାଗ, ଶ୍ରୀ ଜୟନ୍ତ କୁମାର ସିଂହ, ଶ୍ରୀ ଶ୍ୟାମ ଅଗ୍ରୱାଳ ଓ ଶ୍ରୀ ଜୟ କୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶାନୁସାରେ ଦିବ୍ୟାଙ୍ଗ ଭାଇ-ଭଉଣୀମାନଙ୍କ ପାଇଁ ବିଭିନ୍ନ କଳ୍ୟାଣମୂଳକ ଯୋଜନାକୁ ଗାଁ-ଗାଁରେ ପହଞ୍ଚାଇବା ଲକ୍ଷ୍ୟରେ ଏପରି ଶିବିର ଆୟୋଜନ କରାଯାଉଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User