ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ନେଇ କଳାହାଣ୍ଡିରେ ପ୍ରଶାସନର ପ୍ରସ୍ତୁତି ଜିଲ୍ଲାବାସୀଙ୍କୁ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ, କଲେକ୍ଟରଙ୍କ ପ୍ରେସ୍ ବ୍ରିଫିଂ
ଭବାନୀପାଟଣା , ୧୦/୮:(ଷ୍ଟାରନିୟୁଜ ଓଡିଶା )ସ୍ୱାଧୀନତା ଦିବସ ପାଳନକୁ ଅଧିକ ଉତ୍ସବମୁଖର ଓ ଦେଶପ୍ରେମର ଭାବନାରେ ଭରିଦେବା ଲକ୍ଷ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅଭିଯାନ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ଅବଗତ କରିବା ସହ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣ ନେଇ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ପ୍ରେସ୍ ବ୍ରିଫିଂ ଆୟୋଜିତ ହୋଇଥିଲା।
ଅଗଷ୍ଟ ୧୦ ତାରିଖ ଅପରାହ୍ନ ୪ଟାରେ କଲେକ୍ଟରଙ୍କ ଚାମ୍ବର ସମ୍ମୁଖରେ ଥିବା OSWAN ହଲ୍ରେ ଅନୁଷ୍ଠିତ ଏହି ପ୍ରେସ୍ ବ୍ରିଫିଂରେ ଜିଲ୍ଲାପାଳ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଉଦ୍ଦେଶ୍ୟ, ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ।
ସ୍ୱାଧୀନତା ଦିବସକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ସୀମିତ ନରଖି ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ନାଗରିକଙ୍କୁ ଏହା ସହ ଯୋଡ଼ିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଲୋକଙ୍କୁ ଆହ୍ୱାନ କରାଯାଇଛି।
କଳାହାଣ୍ଡି ଜିଲ୍ଲାର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅଧିକରୁ ଅଧିକ ପରିବାର ଯେପରି ଏହି ଅଭିଯାନରେ ସାମିଲ ହେବେ, ସେନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ପ୍ରଚାରପ୍ରସାରକୁ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ବର୍ଗର ଲୋକ, ଯୁବପିଢ଼ି ଓ ସାମାଜିକ ସଂଗଠନଗୁଡ଼ିକୁ ମଧ୍ୟ ଅଭିଯାନରେ ଯୋଡ଼ିବା ପାଇଁ ପ୍ରଶାସନ ଉଦ୍ୟମ କରୁଛି।
ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାକୁ ନେଇ ସାରା ଜିଲ୍ଲାରେ ଦେଶପ୍ରେମର ପରିବେଶ ସୃଷ୍ଟି କରିବା ସହ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କାମନା କରାଯାଇଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)