ଚଲାଣଗୁଡା ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ।

Oct 6, 2025 - 20:50
 0  48
ଚଲାଣଗୁଡା ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ।

ଡ଼ାବୁଗାଁ ,୬l୧୦(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲା ଡ଼ାବୁଗାଁ ସ୍ଥିତ ମେଦନ ପଞ୍ଚାୟତ ଅନ୍ତର୍ଗତ ଚଲାଣଗୁଡା ଠାରେ ସୋମବାର ରେ ପୂଜା ଆରମ୍ଭ ହୋଇଯାଇଛି। ସୋମବାର ସକାଳୁ ନଦୀ ରୁ କଳସ ଆଣି ମା ଗଜଲକ୍ଷ୍ମୀ ଙ୍କ ରୀତିନୀତି ରେ ପୂଜା ଆରମ୍ଭ ହୋଇଥିଲା । ଖଗପତି କଳାର, ସିବ ଭତ୍ରା, ଭଗବାନ ବଞ୍ଜରା, ସାମ କୁମ୍ଭାର ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ମୁଖ୍ୟ ପୂଜକ ଭାବେ ଉମାକାନ୍ତ ମିଶ୍ର ରହି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜାମଣ୍ଡପ ରେ ୭ ଦିନ ପୂଜା ପାଇବେ । ମା ଗଜଲକ୍ଷ୍ମୀ ଙ୍କ ଆଗମନ ରେ ସମସ୍ତ ଙ୍କ ମୋନରେ ଆନନ୍ଦ ର ଭାବା ବେଗ ଭରି ହୋଇଛି। ଏତିରେ ମା ଗଜଲକ୍ଷ୍ମୀ ଙ୍କ ପୂଜା କମିଟି ଡମ୍ବରୁ ଧର ଭତ୍ରା, ରଘୁନାଥ ନାୟକ, ପଦଲାମ ଭତ୍ରା ,ଗବର୍ କଳାର, ଜଗନ୍ନାଥ କୁମ୍ଭାର, ଭଗୀରତି କୁମ୍ଭାର, ଭଗତ ବଞ୍ଜରା, ରୁପଧର କଳାର, ଚୈତନ୍ୟ ପୂଜାରୀ, ଚମରା କୁମ୍ଭାର, ଚିତ୍ର କୁମ୍ଭାର, ନରସିଂହ କୁମ୍ଭାର ଡୁମର ପାଇକ, ଯୁଦେଷ୍ଟି ବଞ୍ଜାରା,ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR