ଚାରିଦଫା ଦାବି ନେଇ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପାଖରେ ଲିଖିତ ଅଭିଯୋଗ କଲେ ବ୍ଲକ ସ୍ତରୀୟ ସିଆରପି ସଙ୍ଘ I

Jul 22, 2025 - 18:18
0 726
ଚାରିଦଫା ଦାବି ନେଇ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପାଖରେ ଲିଖିତ ଅଭିଯୋଗ କଲେ ବ୍ଲକ ସ୍ତରୀୟ ସିଆରପି ସଙ୍ଘ I

ଫିରିଙ୍ଗିଆ, ୨୨l୦୭(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସ୍ତରୀୟ ସିଆରପି ସଙ୍ଘ ତରଫରୁ ଏକ ଚାରିଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଏବଂ ଓଡିଶା ଜୀବିକା ମିସନ ବ୍ଲକ ପ୍ରକଳ୍ପ ମ୍ୟାନେଜର ସଂଗ୍ରାମ କେଶରୀ ସାହୁ ଙ୍କୁ ପ୍ରଦାନ କରାଯାଇଛି I ସୂଚନା ଅନୁସାରେ ବ୍ଲକ ଅଧୀନରେ ଥିବା ଚୋବିଷ ଟି ପଞ୍ଚାୟତ ରେ ୧୫୯ ଜଣ ସିଆରପି କାର୍ଯ୍ୟରତ ଥିବା ବେଳେ ଦୀର୍ଘଦିନ ଧରି ସେମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି I ଯାହାପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି I ବେତନ ବୃଦ୍ଧି ପାଇଁ ବହୁବାର ସେମାନେ ସରକାରଙ୍କ ପାଖରେ ଗୁହାରି ମଧ୍ୟ୍ୟ କରି ଆସୁଛନ୍ତି I ତେବେ ମଙ୍ଗଳବାର ସଙ୍ଘ ର ସଭାନେତ୍ରୀ ମଧୁସ୍ମିତା ନାଏକ ଓ ସମ୍ପାଦକ ରେଣୁକା ମିଶ୍ର ଙ୍କ ନେତୃତ୍ୱ ରେ ଶତାଧିକ ସିଆରପି ଦିଦିମାନେ ପ୍ରଥମେ ସ୍ଥାନୀୟ ବିଡ଼ିଓ ଏବଂ ପରେ ଜୀବିକା ମିସନ ର ମ୍ୟାନେଜର ଙ୍କୁ ଏକ ଲିଖିତ ଦାବି ଜଣେଇଥିଲେ I ସେମାନଙ୍କ ମୁଖ୍ୟ ଦାବି ମାନଙ୍କ ମଧ୍ୟରେ ସେମାଙ୍କୁ ଦିଆଯାଉଥିବା ଇନସେଣ୍ଟିଭ କୁ ବନ୍ଦ କରି ମାସିକ ଦଶ ହଜାର ଟଙ୍କା ଦିଆଯିବା ପ୍ରଥମ ଦାବି ରହିଥିବା ବେଳେ ଅନଲାଇନ କାର୍ଯ୍ୟ କରିବା ପାଇଁ ଲ୍ୟାପଟପ ଯୋଗାଇ ଦେବା ଦ୍ଵିତୀୟ I ପରିଚୟ ପ୍ରଦାନ ସହ ଏକାଉଣ୍ଟ ଜରିଆରେ ମାସିକ ବେତନ ଦିଆଯିବା ତୃତୀୟ ଓ ସମସ୍ତ ଆଇଆରପି ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଚତୁର୍ଥ ଦାବି ରହିଛି I 

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User