ଜଙ୍ଗଲ ଜମିରେ ଚାଷ କରିବାକୁ ବାରଣ କରିବାରୁ ବନ ବିଭାଗ କର୍ମଚାରୀ ଙ୍କୁ ମାରି ଲହୁଲୁହାଣ ।

ରାଇଘର,୨୯l୬ (ଷ୍ଟାର ନିୟୁଜ ଓଡ଼ିଶା): ଜଙ୍ଗଲଜମି ରେ ଚାଷ କରିବାକୁ ବିରୋଧ କରିବାରୁ ଫରେଷ୍ଟର ହରିହର ବ୍ରହ୍ମା, ଫରେଷ୍ଟ ଗାର୍ଡ ଦୀପକ କୁମାର ପ୍ରଧାନ ଏବଂ ବନ ସୁରକ୍ଷା ସମିତିର ସଦସ୍ୟ ଙ୍କୁ ମାଡ଼ମାରି କହୁଲୁହାଣ କଲେ କୁସୁମପୁର ଗ୍ରାମର କିଛି ବ୍ୟାକ୍ତି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ନାକଟିସିମଡା ଗ୍ରାମର ବନସୁରକ୍ଷା ସମିତି ପକ୍ଷରୁ ଲଖନପୁରୀ ହାତୀଗା ସଂରକ୍ଷିତ ଜଙ୍ଗଲ ଭିତରେ ବନବିଭାଗ ତରଫରୁ ପ୍ଲାଣ୍ଟେସନ କରିବା ପାଇଁ ଗାତ ଖୋଳା ହୋଇଥିଲା କିନ୍ତୁ ଗତକାଲି କୁସୁମପୁର ଆଦିବାସୀ ଗ୍ରାମର କିଛି ବ୍ୟାକ୍ତି ଏହାକୁ ବିରୋଧକରି ସେହି ଜାଗାରେ ଚାଷ କରିଦେଲେ ଫଳରେ ଏହାକୁ ବିରୋଧ କରିବାକୁ ଯାଇ ଆକ୍ରୋଶର ଶୀକାର ହେଲେ କୁନ୍ଦେଇ ଫରେଷ୍ଟର, ଫରେଷ୍ଟଗାର୍ଡ, ବନସୁରକ୍ଷା ସମିତିର ସଦସ୍ୟ ମାନେ ପରେ ସମସ୍ତଙ୍କୁ ଉଦ୍ଧାର କରି ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ଉକ୍ତ ଘଟଣାକୁ ନେଇ ବନବିଭାଗ ତରଫରୁ ଥାନାରେ ଏକ ଲିଖିତ ଅଭିଯୋଗ ଦିଆ ଯାଇଛି
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






