ଦର୍ଶକଙ୍କ ମନମୋହିଲା "ନିଶା "

Apr 13, 2025 - 20:19
0 167
ଦର୍ଶକଙ୍କ ମନମୋହିଲା "ନିଶା "

ଝରିଗାଁ,୧୩l୪ : ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତ କଳା ନିକେତନ "ର କଳାକାର ମାନଙ୍କ ଦ୍ୱାରା ପାରିବେଷିତ ନାଟକ "ନିଶା "ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।ନିଶା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରାଇବା ପାଇଁ ଅଭିଯାନ ଚଳାଇଥିବା ଯୁବଗୋଷ୍ଠୀ ସମୟ ଓ ପରିସ୍ଥିତିରେ ପଡି କିପରି ନିଶାଶକ୍ତ ହୋଇ ଜୀବନ ହାରନ୍ତି ଏପରି ଏକ ସମ୍ବେଦନଶୀଳ କଥାବସ୍ତୁକୁ ଆଧାର କରି "ନିଶା "ନାଟକ ରଚିତ ।ଅଧ୍ୟାପକ ଗୋପାଳ ମହାରଣାଙ୍କ ଦ୍ୱାରା ରଚିତ ଓ ଅଧ୍ୟାପିକା ମଧୁସ୍ମିତା ମହାରଣାଙ୍କ ଦ୍ୱାରା ନିର୍ଦ୍ଧେଷିତ "ନିଶା "ସମବେତ ଦର୍ଶକଙ୍କ ମନକୁ ଆକର୍ଷିତ କରିଛି ।ଶ୍ରୀମତୀ ଶାନ୍ତିଲତା ମହାନ୍ତି, ଦୀପଶିଖା ନାୟକ, ଶିଶୁ କଳାକାର ସାଇ ଅନୁଷ୍କା ମହାରଣା, କ୍ରିଷ୍ଣା ଭତରା, ଅମୀୟ ଶଙ୍କର ତ୍ରିପାଠୀ, ସନ୍ତୋଷ କୁମାର ପରିଡା, ରବି କୁମାର ଗୁପ୍ତା, ତେଜସ୍ୱିନୀ ସାହୁ, ତିଲତମା ଭତରା, ଜ୍ୟୋସ୍ନା ବିଶୋୟୀ, ପ୍ରମୁଖ କଳାକାର ନିଖୁଣ ଅଭିନୟ କରିଥିଲେ |ଅଧ୍ୟାପିକା ଏମ ମଧୁଛନ୍ଦା ଓ ଏନ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ବସନ୍ତ କୁମାର ସାହୁ ମଞ୍ଚସଜ୍ଜା କରିଥିଲେ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User