ଜିଲ୍ଲାର ସବୁ କଲେଜ ଏବଂ ହାଇସ୍କୁଲ ସ୍ତରରେ ଇଣ୍ଟରନାଲ କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

Jul 16, 2025 - 21:50
0 39

କଳାହାଣ୍ଡି :  (ଷ୍ଟାର ନିଉଜ ଓଡିଶା): ଭବାନିପାଟଣା : ତା. ୧୬.୦୭.୨୦୨୫ - କଳାହାଣ୍ଡି ଜିଲ୍ଲାର ସବୁ କଲେଜ, ହାଇସ୍କୁଲ ସ୍ତରରେ ଏବଂ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଓ ମହିଳା କର୍ମଚାରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ବିଶେଷ କରି ଝିଅ ମାନଙ୍କର ପାଠପଢା, ସୁରକ୍ଷା କୁ ଆଖି ଆଗରେ ରଖି ଯେପରିକି ସେମାନେ କୌଣସି ଶାରୀରିକ କିମ୍ବା ମାନସିକ ଚାପଗ୍ରସ୍ତ ନ ହୋଇ ଭଲରେ ପାଠ ପଢିପାରିବେ ସେଥି ପ୍ରତି ଧ୍ୟାନ ଦେଇ ସେମାନଙ୍କର ଭଲମନ୍ଦ କିପରି ସମ୍ପୃକ୍ତ ଅନୁଷ୍ଠାନ ର ଇଣ୍ଟର୍ନାଲ୍ କମିଟି ର କର୍ମକର୍ତ୍ତାଙ୍କୁ  ନିର୍ଭୟରେ ଜଣାଇ ପାରିବେ ସେ ସମ୍ପର୍କରେ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର  ସମସ୍ତ କଲେଜ, ହାଇସ୍କୁଲରେ ଏବଂ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ରେ ଇଣ୍ଟରନାଲ କମିଟି ଗଠନ କରିବା ସହିତ ଛାତ୍ରଛାତ୍ରୀମାନେ,ମହିଳା କର୍ମଚାରୀ ଆବଶ୍ୟକ ସ୍ଥଳେ ନିଜର ଲିଖିତ ଆପତ୍ତି ଅଭିଯୋଗ ଦେବା ପାଇଁ ସମ୍ପୃକ୍ତ ଶିକ୍ଷା ଅନୁଷ୍ଠାନ, କାର୍ଯ୍ୟାଳୟ ରେ ଏକ ଅଭିଯୋଗ ବକ୍ସ ର ବ୍ୟବସ୍ଥା କରିବା ନିମନ୍ତେ  ବୈଠକରେ ଆଲୋଚନା କରଯାଇଥିଲା । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା ଏହାକୁ କଡାକଡି ଭାବରେ ପାଳନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ସମସ୍ତ ଶିକ୍ଷାନୁଷ୍ଠାନରେ ଏଥି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସୋସିଆଲ ମିଡ଼ିଆ, ୱେବ୍ ମିଡ଼ିଆ ମାଧ୍ୟମରେ ଏହାର ବହୁଳ ପ୍ରସାର ପ୍ରଚାର କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ  ଜିଲ୍ଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ, ବେସରକାରୀ ଅନୁଷ୍ଠାନ ର ତଦାରଖ କରିବା ପାଇଁ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଭି.ସି. ଡା. ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବଇତୁରା ଦୀପ, ରେଜିଷ୍ଟ୍ରାର ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଡ଼ା. ଗୁଣନିଧି ନାଏକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଦୟାମୟ ପାଢ଼ୀ, ଆଲୋଚନା ରେ ଅଂଶ ଗ୍ରହଣ କରି ନିଜର ମତବ୍ୟକ୍ତ କରିଥିଲେ।ଏଥିରେ ଭାରତୀୟ ପ୍ରଶାସନିକ ଅଧିକାରୀ (ପ୍ରୋବେସନ୍) ଅନିମେସ ପ୍ରଧାନ, ଉପ-ଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ଧର୍ମଗଡ ଅଜୟ କୁମାର ତିର୍କୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ କୁମାର ସିଂ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଡି.ଡି. ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନର୍ଯ୍ୟାମି କହଁର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୈଳେନ୍ଦୁ ଶେଖର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User