ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ
ଭବାନୀପାଟଣା, ୦୭/୦୩ (ଷ୍ଟାର ନିଉଜ ଓଡିଶା):
ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାସ୍ତରୀୟ ସାମାଜିକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ଲୋକମାନଙ୍କ ପାଖକୁ ସୂଚନା ପହଞ୍ଚାଇବାରେ ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରିଛି। ବିଜେପି ସରକାର ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଛି। କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଗତ ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେଗୁଡିକ ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ କଂଗ୍ରେସ କର୍ମୀମାନେ ସାମାଜିକ ଗଣମାଧ୍ୟମକୁ ସଠିକ୍ ଭାବେ ବ୍ୟବହାର କରି ସତ୍ୟ ସୂଚନାକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।
ଏହି କର୍ମଶାଳାରେ କଂଗ୍ରେସ ସାଂସଦ ପାର୍ଥୀ ଦ୍ରୌପଦୀ ମାଝୀ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ବରିଷ୍ଠ କଂଗ୍ରେସ ନେତା ଉଚ୍ଛବ ସାହୁ ଏବଂ ଜିଲ୍ଲା ସାମାଜିକ ଗଣମାଧ୍ୟମ ଓ ମିଡିଆ ସେଲ୍ ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କଂଗ୍ରେସ ସଂଗଠନକୁ ଶକ୍ତିଶାଳୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ।
ଏହା ସହ ବରିଷ୍ଠ କଂଗ୍ରେସ ନେତା ବ୍ରଜ ସାହୁ, ଭାଗବତ ବାବୁ, ଜିଲ୍ଲା ସାଧାରଣ ସମ୍ପାଦକ ନୀମାଞ୍ଚଳ ନାୟକ, ସୁଦର୍ଶନ ବିଶ୍ୱାଳ ସମେତ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ ସଭାପତି ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକମାନେ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି:ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)