କେନାଲରେ ଫସିଥିବା ଯୁବକଙ୍କୁ ଅଗ୍ନିଶମ ବିଭାଗର ଉଦ୍ଧାର

Mar 07, 2026 - 10:44
0 24
କେନାଲରେ ଫସିଥିବା ଯୁବକଙ୍କୁ ଅଗ୍ନିଶମ ବିଭାଗର ଉଦ୍ଧାର

କୋକସରା, ୦୭/୦୩ (ଷ୍ଟାର ନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କନ୍ଦାବୁଟ୍ରା ଗ୍ରାମ ନିକଟରେ ପ୍ରବାହିତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଜଣେ ଯୁବକ ଫସି ରହିଥିବା ବେଳେ ଅଗ୍ନିଶମ ବିଭାଗ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଦାବୁଟ୍ରା ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଯୁବକ ଗାଧେଇବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ପାୱାର ଗେଟ ନିକଟରେ ଫସି ରହିଥିଲେ। ସ୍ଥାନୀୟ ଲୋକମାନେ ଘଟଣାଟି ଦେଖି ତୁରନ୍ତ ସ୍ଥାନୀୟ ସମାଜସେବୀ ରୁଦ୍ର ନାଏକଙ୍କୁ ସୂଚନା ଦେଇଥିଲେ। ପରେ ସେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ସୂଚନା ପାଇ କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କେନାଲ ଗେଟ ମଧ୍ୟରେ ଫସି ରହିଥିବା ଯୁବକଙ୍କୁ ସତର୍କତାର ସହ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଯୁବକଙ୍କ ପରିଚୟ କନ୍ଦାବୁଟ୍ରା ଗ୍ରାମର କୁମର ରାଉତ (୩୦) ବୋଲି ଜଣାପଡ଼ିଛି।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଯୁବକଙ୍କ ମାନସିକ ସ୍ଥିତି ଭଲ ନଥିବା କଥା କୁହାଯାଉଛି। ତଥାପି ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଓ ସଚେତନ ଉଦ୍ଧାର କାର୍ଯ୍ୟ ଫଳରେ ଯୁବକଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ପାରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ ପ୍ରଶଂସା କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି – ବିଷ୍ଣୁ ଚରଣ ସ୍ୱାଇଁ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User