ଝରିଗାଁରେ ଜନ୍ମାଷ୍ଟମୀ ପାଳିତ।

Aug 16, 2025 - 20:57
0 55
ଝରିଗାଁରେ ଜନ୍ମାଷ୍ଟମୀ ପାଳିତ।

ଝରିଗାଁ,୧୬l୮(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବ୍ଲକରେ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହୋଇ ଯାଇଛି।ସ୍ଥାନୀୟ ସ୍ୱରାଜ ବିଦ୍ୟାପୀଠ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଵା ବେଳେ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜେଇ ହୋଇ ନଗର ପରିକ୍ରମା କରିଥିଲେ।ଅବିଭାବକ ମାନେ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥିଲେ।ସେହିପରି ଝରିଗାଁ ବସଷ୍ଟାଣ୍ଡ ଠାରେ ରାଧାକୃଷ୍ଣଙ୍କ ନୃତ୍ୟ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ସାହୁ,ପୁଷ୍ପାଞ୍ଜଳି ବେହେରା,ସସ୍ମିତା ସାନ୍ତା,ବାସନ୍ତୀ ଉଲ୍ଲାକା, ସୁମିତ୍ରା ସାନ୍ତା, ଗାୟତ୍ରୀ ପୂଜାରୀ,ଅନିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ଝରିଗାଁ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସେହିପରି ସନ୍ଧ୍ୟା ସମୟରେ ଦହି ହାଣ୍ଡି ଭଙ୍ଗାର ଆୟୋଜନ ହୋଇଥିଲା।ଏଥିରେ ତିନି ଦଳ ଭାଗ ନେଇଥିବା ବେଳେ ବାଞ୍ଜିଆମ୍ବା ଦଳ ଦହି ହାଣ୍ଡି ଭାଙ୍ଗିବାରେ ସଫଳ ହୋଇଥିଲେ।ଦହି ହାଣ୍ଡି ଭଙ୍ଗା ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User